ଦନୁଷ୍କା ଗୁଣତିଲକାଙ୍କ ଦୁଷ୍ମର୍ମ ମାମଲାରେ ପୁଣି ସାମ୍ନାକୁ ଆସିଲା ନୂଆ ତଥ୍ୟ, ପୀଡିତାଙ୍କ ଗଳାଚାପି ହତ୍ୟା କରିବାକୁ ଉଦ୍ୟମ କରୁଥିଲେ କ୍ରିକେଟର

ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକା ଦୁଷ୍କର୍ମ ଅଭିଯୋଗରେ ଦଣ୍ଡାଦେଶ ଭୋଗୁଛନ୍ତି। ଯୌନ ଉତ୍ପୀଡନ ମାମଲାରେ ପୁଣି ଏକ ନୂଆ ଖୁଲାସା ହୋଇଛି। ଦନୁଷ୍କା ଦୁଷ୍କର୍ମ ପୀଡିତାଙ୍କ ଗଳାଚାପି ମାରିବାକୁ ମଧ୍ୟ ଉଦ୍ୟମ କରୁଥିଲେ ବୋଲି ଖବର ମିଳିଛି ।
ପୀଡିତା ମହିଳାଙ୍କ ଅଭିଯୋଗ ଅନୁଯାୟୀ, ନଭେମ୍ବର ୨ ତାରିଖରେ ସିଡନୀର ରୋଜ େଓ୍ଵ ସ୍ଥିତ ତାଙ୍କ ଘରେ ମହିଳାଙ୍କୁ ୪ ଥର ଦୁଷ୍କର୍ମ କରାଯାଇଥିଲା। ଆଉ ଏହି ସମୟରେ ତାଙ୍କୁ ମାରିବା ପାଇଁ ମଧ୍ୟ ଚେଷ୍ଟା କରାଯାଇଥିଲା। ପୀଡିତା ଜଣକ କହିଛନ୍ତି, ତାଙ୍କୁ ହତ୍ୟା କରିବା ପାଇଁ ୩ ଥର ଗଳା ଚାପି ମାରିବା ପାଇଁ ଚେଷ୍ଟା କରାଯାଇଥିଲା । ଶ୍ରୀଲଙ୍କା କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ ଖେଳିବା ପାଇଁ ସିଡନୀ ଯାଇଥିବା ବେଳେ ଦନୁଷ୍କା ଗୁଣତିଲକା ଏପରି କାଣ୍ଡ କରିଥିଲେ।
दनुष्का ने पुलिस बयान में खुद को बेगुनाह बताया #DanushkaGunathilaka https://t.co/2zvPVbcL6D
— AajTak (@aajtak) November 12, 2022
ତେବେ ଶ୍ରୀଲଙ୍କା ଟିମ୍ ସିଡନୀ ଛାଡିବା ପୂର୍ବରୁ ଦୁଷ୍କର୍ମ ଅଭିଯୋଗରେ ଦନୁଷ୍କାଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଟିମରୁ ବିଦା ହୋଇଛନ୍ତି। ଗୁଣତିଲକାଙ୍କୁ ସିଡନୀ କୋର୍ଟରେ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥାପନା କରାଯାଇଥିଲା। ଏହି ସମୟରେ ତାଙ୍କ ହାତରେ ହାତକଡି ଲାଗିଥିବା ଦେଖିବାକୁ ମିଳିଥିଲା। ତେବେ ଗୁଣତିଲକାଙ୍କୁ କୋର୍ଟ ଜାମିନ ଦେବା ପାଇଁ ମନା କରିଦେଇଥିଲେ। ଗୁଣତିଲକା ଜାମିନ ପାଇଁ ନ୍ୟୁ ସାଉଥ େଓ୍ଵଲ୍ସର ସୁପ୍ରିମକୋର୍ଟରେ ଆବେଦନ କରିବେ। ଯଦି ତାଙ୍କୁ ଜାମିନ ନ ମିଳେ, ତେବେ ମୁସ୍କିଲରେ ଗୁଣତିଲକାଙ୍କର ବଢିଯିବ। କାରଣ ଅଷ୍ଟ୍ରେଲିଆରେ ଦୁଷ୍କର୍ମ ପାଇଁ ଆଜୀବନ କାରାଦଣ୍ଡ ମିଳିଥାଏ।
ସୂଚନା ମୁତାବକ, ଗୁଣତିଲକାଙ୍କୁ ହୋଟେଲରୁ ରାତି ୩.୩୦ ମିନିଟରେ ଗିରଫ କରାଯାଇଥିଲା। ଶ୍ରୀଲଙ୍କା ଟିମ୍ ଟି-୨୦ରୁ ବିଦାୟ ନେଇ ଫେରୁଥିବା ବେଳେ ଏମିତି ଘଟଣା ଘଟିଥିଲା। ଗୁଣତିଲକାଙ୍କ ବିପକ୍ଷରେ ୨୯ ବର୍ଷୀୟ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଯୁବତୀ ଜଣକ ଗୁଣତିଲକାଙ୍କ ସହିତ ଏକ ଡେଟିଂ ଆପ୍ ଜରିଆରେ ସାକ୍ଷାତ କରିଥିଲେ। ନଭେମ୍ବର ୨ ତାରିଖରେ ଦୁଷ୍କର୍ମ ଶିକାର ହୋଇଥିଲେ ଯୁବତୀ । ଆଉ ସେହି ଯୁବତୀ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୋଲିସ ଆଗରେ ଅଭିଯୋଗ କରିଥିଲେ। ତେଣୁ ପୋଲିସ ରବିବାର ସକାଳୁ ସିଡନୀ ସେଣ୍ଟ୍ରାଲ ହୋଟେଲରୁ ଗୁଣତିଲକାଙ୍କୁ ଗିରଫ କରିଛି। ଆଉ ଏହି ମାମଲାର ଯାଞ୍ଚ କରୁଛି ।
ଗୁଣତିଲକାଙ୍କ ବିରୁଦ୍ଧରେ ୨୦୧୮ ରେ ମଧ୍ୟ ସମାନ ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ଶ୍ରୀଲଙ୍କା କ୍ରିକେଟ ତରଫରୁ ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ କରିଥିଲା। ଶ୍ରୀଲଙ୍କାରେ ଜଣେ ନରୱେ ମହିଳାଙ୍କ ଦ୍ୱାରା ହୋଇଥିବା ଦୁଷ୍କର୍ମ ଅଭିଯୋଗ ଘଟଣାରେ ପୋଲିସ ଗୁଣତିଲକା ଏବଂ ତାଙ୍କ ବନ୍ଧୁଙ୍କୁ ପଚରାଉଚରା କରିଥିଲା। ତେବେ ଗୁଣତିଲକାଙ୍କ ସମ୍ପୃକ୍ତିକୁ ପୋଲିସ ଖାରଜ କରିଦେଇଥିଲା। ପୋଲିସ ଗୁଣତିଲକାଙ୍କୁ ଛାଡି ଦେଇଥିଲା, କିନ୍ତୁ ସେମାନଙ୍କ ସାଙ୍ଗକୁ ଗିରଫ କରାଯାଇଥିଲା।
Also Read : ଦନୁଷ୍କା ଗୁଣତିଲକାଙ୍କ ଜାମିନକୁ ନାମଞ୍ଜୁର କଲେ କୋର୍ଟ, ଦୁଷ୍କର୍ମ ଅଭିଯୋଗରେ ସିଡନୀରେ ହୋଇଥିଲେ ଗିରଫ