ମୁମ୍ବାଇ ଇଣ୍ଡିଆନ୍ସକୁ ଗୁଡବାଏ କଲେ ଲସିଥ୍ ମଲିଙ୍ଗା, ଆଉ ଖେଳିବେନି ଆଇପିଏଲ୍‌

ଶ୍ରୀଲଙ୍କାର ପ୍ରସିଦ୍ଧ ପେସ୍ ବୋଲର ଲସିଥ୍ ମଲିଙ୍ଗା ଆଇପିଏଲ କ୍ରିକେଟ ଟିମରୁ ସନ୍ୟାସ ଘୋଷଣ କରିଛନ୍ତି। ସେ ମାସେ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରବନ୍ଧନକୁ ସୂଚିତ କରି ନିଜକୁ ଆସନ୍ତା ସିଜନ ପାଇଁ ଅନୁପଲବ୍ଧ ଜଣାଇଥଲେ। ଏହାପରେ ବୁଧବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଦ୍ୱାରା ଆଇପିଏଲ ୨୦୨୧ ନିଲାମୀ ପୂର୍ବରୁ ସେ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ଟ୍ଵିଟ୍ କରି ଜଣାଇଛି ଯେ ମଲିଙ୍ଗାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ତାଙ୍କୁ ଏଥିରୁ ବାଦ୍ କରିଦିଆଯାଇଛି।

MALINGAAମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ ଆମ୍ବାନୀ ଏକ ବୟାନ ଜାରି କରି ଜଣାଇଛନ୍ତି ଯେ, ‘ମଲିଙ୍ଗା ଗତ ୧୨ ବର୍ଷ ଧରି ଟିମର ବହୁତ ଗୁରୁତ୍ୱପୂର୍ଣ୍ଣ ଭାଗ ନେଉଥିଲେ। ମୁଁ ଚାହୁଁଥିଲି ଯେ ସେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଆମ ଦଳରେ ସାମିଲ ରୁହନ୍ତୁ। କିନ୍ତୁ ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛୁ। ଅମ୍ବାନୀ ଜଣାଇଛନ୍ତି ଯେ ମଲିଙ୍ଗା ଆମ ହୃଦୟରେ ସବୁବେଳେ ରହିବେ। ଆମେ ଭବିଷ୍ୟତରେ ଚେଷ୍ଟା କରିବୁ ଯେ ତାଙ୍କ ଅନୁଭବକୁ ଅନ୍ୟ କୌଣସି ତରିକାରେ ଲାଭ ନେଇହେବ।

୩୭ ବର୍ଷୀୟ ପେସ୍ ବୋଲର ୨୦୦୮ରେ ହିଁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଭାଗ ନେଇଥିଲେ। ସେ କେବେବି ଅନ୍ୟ କୌଣସି ଟିମରେ ଭାଗ ନେଇନାହାଁନ୍ତି। ସେ ପାଞ୍ଚ ଥର ଆଇପିଏଲର ବିଜୟ ହାସଲ୍ କରିଥିବା ଦଳରେ ଅଂଶିଦାର ରହିଛନ୍ତି। ଆଇପିଏଲ ୨୦୧୮ପାଇଁ ମୁମ୍ବାଇ ତାଙ୍କୁ ନିଜ ଟିମର ବୋଲିଂ କୋଚ୍ କରାଯାଇଥିଲା। କିନ୍ତୁ ଏହା ପରର ସିଜନରେ ତାଙ୍କୁ ୨୦୧୯ ପାଇଁ ଟିମର ବୋଲର ଭାବେ ସାମିଲ କରିନିଗଲା। ସେ ଆଇପିଏଲ ଇତିହାସରେ ୧୨୨ ମ୍ୟାଚରେ ସର୍ବାଧିକ ୧୭୦ ଓ୍ଵିକେଟ ନେଇଥିବା ବୋଲର ଅଟନ୍ତି। ଆଇପିଏଲ ୨୦୧୧ରେ ସେ ୨୮ ଓ୍ଵିକେଟ ସହିତ ପର୍ପଲ କ୍ୟାପ୍ ମଧ୍ୟ ହାସଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.