ଟି୨୦ ବିଶ୍ୱ କପ୍ ସୁପର ୧୨ ରାଉଣ୍ଡ : ଶ୍ରୀଲଙ୍କା ୯ ଓ୍ଵିକେଟ୍ରେ ହରାଇଲା ଆୟରଲାଣ୍ଡକୁ
ହୋବାର୍ଟ : ଆରମ୍ଭ ହୋଇଯାଇଛି ଆଇସିସି ଟି୨୦ ବିଶ୍ୱ କପ୍ର ସୁପର ଟୁଏଲଭ ରାଉଣ୍ଡର ମ୍ୟାଚ୍ । ଆଜିର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କା ଅତି ଶୋଚନୀୟ ଭାବେ ଆୟରଲାଣ୍ଡକୁ ୯ ଓ୍ଵିକେଟ୍ରେ ପରାସ୍ତ କରିଛି ।
ଟସ୍ ଜିତି ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୨୮ ରନ୍ ସ୍କୋର କରିଥିଲା । ଓପ୍ନର ଷ୍ଟିରଲିଂ ୩୪ ଏବଂ ହ୍ୟାରୀ ଟେକଟର ସର୍ବାଧିକ ୪୫ ରନ୍ କରିଥିଲେ । ଶ୍ରୀଲଙ୍କାର ୬ ଜଣ ବୋଲର ବୋଲିଂ କରି ସମସ୍ତେ ଓ୍ଵିକେଟ୍ ପାଇଥିଲେ ।
ପରେ ଶ୍ରୀଲଙ୍କା କେବଳ ଧନଞ୍ଜୟ ଡି ସିଲଭାଙ୍କ ଓ୍ଵିକେଟ୍ ହରାଇ ଅତି ସହଜରେ ଜିତି ଯାଇଥିଲା । ଡି ସିଲଭା ୩୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଓପନର କୁଶଲ ମେଣ୍ଡିସ୍ ଅପରାଜିତ ୬୮ ଏବଂ ଚରିତ ଅଶାଲଙ୍କା ଅପରାଜିତ ୩୧ ରନ୍ ସଂଗ୍ରହ କରି ଦଳକୁ ଜିତାଇ ଦେଇଥିଲେ । ହାତରେ ୫ ଓଭର ଥାଇ ଶ୍ରୀଲଙ୍କା ୧୩୩ ରନ୍ କରି ବିଜୟୀ ହୋଇଥିଲା ।