ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଧମ୍ମିକା ନିରୋଶନଙ୍କୁ ଘର ସାମ୍ନାରେ ଗୁଳିମାରି ହତ୍ୟା କରାଯାଇଛି । ନିରୋଶନଙ୍କ ଘରେ ପଶି ଦୁର୍ବୃତ୍ତ ଗୁଳି ମାରିଛନ୍ତି । ଗତକାଲି ଧମ୍ମିକାଙ୍କ ଅମ୍ବାଲାଗୋଡା ସ୍ଥିତ ଘରେ ଏଭଳି ଘଟଣା ଘଟିଛି । ଏହି ଘଟଣା ପରେ ସମଗ୍ର କ୍ରିକେଟ ଜଗତ ଶୋକରେ ରହିଛି ।
ରିପୋର୍ଟ ମୁତାବକ, ଘଟଣା ସମୟରେ ପୂର୍ବତନ କ୍ରିକେଟର ଘରେ ନିଜ ପତ୍ନୀ ଏବଂ ୨ ପିଲାଙ୍କ ସହିତ ରହିଥିଲେ । ଯେଉଁ ବ୍ୟକ୍ତି କ୍ରିକେଟରଙ୍କୁ ହତ୍ୟା କରିଛନ୍ତି, ସେ ୧୨ ବୋରେ ବନ୍ଧୁକ ବ୍ୟବହାର କରିଥିଲେ । ମାମଲା ବିଷୟରେ ପୋଲିସ ଜାଣିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କିଏ ଓ କାହିଁକି ଗୁଳିମାରିଛି, ତାହା ଏପର୍ଯ୍ୟନ୍ତ ହେଲା ଜଣାପଡିନାହିଁ । ଘଟଣା ପରେ ଫେରାର ହୋଇଯାଇଛି ଆକ୍ରମଣକାରୀ ।
ସୂଚନାଯୋଗ୍ୟ, ଧମ୍ମିକା ଶ୍ରୀଲଙ୍କା ପ୍ରଥମ ଶ୍ରେଣୀ କ୍ରିକେଟ ଏବଂ ଅଣ୍ଡର-୧୯ କ୍ରିକେଟ ଖେଳିଛନ୍ତି । ସେ ୨୦୦୦ରେ ସିଙ୍ଗାପୁର ବିପକ୍ଷରେ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । ଅନେକ ସମୟରେ ଧମ୍ମିକା ଶ୍ରୀଲଙ୍କା ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ୨୦୦୨ରେ ଅଣ୍ଡର-୧୯ ବିଶ୍ୱକପରେ ୫ଟି ଇନିଂସରେ ୧୯.୨୮ ପ୍ରତିଶତରେ ୭ଟି ଓ୍ଵିକେଟ ନେଇଛନ୍ତି ।
ଧମ୍ମକା ନିଜ କ୍ୟାରିରର ୧୨ଟି ପ୍ରଥମ ଶ୍ରେଣୀ ଏବଂ ୮ଟି ଲିଷ୍ଟ-ଏ ମ୍ୟାଚ ଖେଳିଛନ୍ତି । ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ-ଏ ମ୍ୟାଚ ୨୦୦୪ରେ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ଧମ୍ମିକା ୨୬.୮୯ ପ୍ରତିଶତରେ ୧୯ ଓ୍ଵିକେଟ ନେଇଛନ୍ତି । ଗୋଟିଏ ଇନିଂସରେ ୩୩/୪ ଓ୍ଵିକେଟ ନେଇଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ୧୯ ଇନିଂସରେ ୨୬୯ ରନ୍ କରିଛନ୍ତି । ଏଥିରେ ଶ୍ରେଷ୍ଠ ସ୍କୋର ୪୭ ଅପରାଜିତ ରହିଛି ।
ଏହାଛଡା ଲିଷ୍ଟ-ଏ କ୍ରିକେଟରେ ୨୯.୪୦ ପ୍ରତିଶତରେ ୫ଟି ଓ୍ଵିକେଟ ନେଇଛନ୍ତି । ଏଥିରେ ୨/୧୮ ଶ୍ରେଷ୍ଠ ରହିଛି । ଏହାଛଡା ୩ଟି ଇନିଂସରେ ବ୍ୟାଟିଂ କରି ୪୮ ରନ୍ କରିଛନ୍ତି । ଏଥିରେ ସର୍ବାଧିକ ସ୍କୋର ୨୭ ରନ୍ ରହିଛି ।