ବିଶ୍ୱ କପ୍‌ : େଓ୍ଵଷ୍ଟଇଣ୍ଡିଜ୍‌ର ଷଷ୍ଠ ପରାଜୟ, ଶ୍ରୀଲଙ୍କା ୨୩ ରନ୍‌ରେ ବିଜୟୀ

ଲଣ୍ଡନ୍‌ : ପୁଣି ହାରିଲା େଓ୍ଵଷ୍ଟଇଣ୍ଡିଜ୍‌ । ଆଜି ବିଶ୍ୱକପ୍‌ର ୩୯ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ଠାରୁ ୨୩ ରନ୍‌ରେ ହାରି ଯାଇଛି । ୩୩୯ ରନ୍‌ର ବିଶାଳ ଲକ୍ଷ୍ୟର ପିଛା କରି ଇଣ୍ଡିଜ୍‌ ଦଳ  ୩୧୫ ରନ୍‌ କରିଛି । ଗେଲ୍‌ ୩୫ ଏବଂ ହେଟମେୟର ୨୯ ରନ୍‌ କରିଥିଲେ । ଇଣ୍ଡିଜ୍‌ ୧୦ ରନ୍‌ ଭିତରେ ତାର ପ୍ରମୁଖ ୪ଟି ଓ୍ଵିକେଟ୍‌ ହରାଇ ସାରିଥିଲା । ପୁରନ୍‌ ଓ ଅଧିନାୟକ ହୋଲଡର୍‌ କିଛି ସମୟ ଶ୍ରୀଲଙ୍କା ବୋଲରଙ୍କୁ ଅଟକାଇଥିଲେ । ପୂର୍ବରୁ ଶ୍ରୀଲଙ୍କା ଫର୍ଣ୍ଣାଣ୍ଡୋଙ୍କ ଶତକ ସହାୟତାରେ ୬ ଓ୍ଵିକେଟ୍‌ ହରାଇ ୩୩୮ ରନ୍‌ ସ୍କୋର କରିଥିଲା ।
ଶ୍ରୀଲଙ୍କା ମୋଟ୍‌ ୮ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ଓ ୩ଟି ପରାଜୟ ସହ ୮ ପଏଣ୍ଟ ଲାଭ କରିଛି । ଅନ୍ୟପକ୍ଷରେ ଇଣ୍ଡିଜ୍‌ ୮ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ଓ ୬ଟି ପରାଜୟ ସହ ୩ ପଏଣ୍ଟ ପାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଦଳ ଅତ୍ୟନ୍ତ ନୈରାଶ୍ୟଜନକ ଖେଳ ଦେଖାଇ ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ି ସାରିଛି ।
ଆସନ୍ତାକାଲି ଭାର ଓ ବାଂଲାଦେଶ ମଧ୍ୟରେ ବର୍ମିଂହାମ୍‌ଠାରେ ମ୍ୟାଚ୍‌ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.