ଶ୍ରୀଲଙ୍କା ଟିମକୁ ଝଟକା: ଡେପିଂ ନିୟମ ଉଲ୍ଲଙ୍ଘନ କରି ଧରାପଡିଲେ ଷ୍ଟାର କ୍ରିକେଟର, ବୋର୍ଡ ନେଲା ଏଭଳି ନିଷ୍ପତ୍ତି

ଶ୍ରୀଲଙ୍କା ଟିମର ଷ୍ଟାର ଓ୍ଵିକେଟକିପର ନିରୋଶନ ଡିକୱେଲାଙ୍କ ବଢିଲା ଅଢୁଆ । ଲଙ୍କା ପ୍ରିମିୟର ଲିଗ ସମୟରେ ଡୋପିଂ ଟେଷ୍ଟରେ ନିୟମ ଉଲ୍ଲଙ୍ଘନ କରି ନିଲମ୍ବିତ ହୋଇଛନ୍ତି ଖେଳାଳି । ଶ୍ରୀଲଙ୍କା କ୍ରିକେଟ ଏହି ସୂଚନା ଦେଇଛି ।

ଶ୍ରୀଲଙ୍କା କ୍ରିକେଟ ବୟାନରେ କହିଛି କି, ନିଲମ୍ବନ ତୁରନ୍ତ କରାଯାଉ ଏବଂ ଆଗାମୀ ସୂଚନା ପର୍ଯ୍ୟନ୍ତ ଲାଗୁ ହେବ । ଯାଞ୍ଚରେ ଶ୍ରୀଲଙ୍କା ଡେପିଂ ଏଜେନ୍ସୀ ଦ୍ୱାରା ଲଙ୍କା ପ୍ରିମିୟର ଲିଗ ୨୦୨୪ ସମୟରେ କରାଯାଇଥିଲା । ଖେଳର ଅଖଣ୍ଡତା ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା କ୍ରିକେଟ ।

ଡିକୱେଲା ନିଜ କ୍ୟାରିଅରରେ ସବୁବେଳେ ସମାଲୋଚନାର ଶିକାର ହୋଇଥିଲେ । ୨୦୨୧ରେ କୁଶଲ ମେଣ୍ଡିସ ଏବଂ ଦନୁଷ୍କା ଗୁଣତିଲକାଙ୍କ ବାୟୋ ବବଲ ପ୍ରୋଟେକଲ ଉଲ୍ଲଙ୍ଘନ କରିବା ମାମଲାରେ ନିଲମ୍ବିତ କରାଯାଇଥିଲା । ଡିକୱେଲା ଶ୍ରୀଲଙ୍କା ଟିମ ପାଇଁ ଗତ ବର୍ଷ ମାର୍ଚ୍ଚରେ ଖେଳିଥିଲେ । ଚଳିତ ବର୍ଷ ଆରମଭରେ ବାଂଲାଦେଶ ବିପକ୍ଷ ଟି୨୦ ସିରିଜ ପାଇଁ ଟିମରେ ଚୟନ ହୋଇଥିଲେ । କିନ୍ତୁ କୌଣସି ମ୍ୟାଚ ଖେଳିନଥିଲେ ।

୩୧ ବର୍ଷୀୟ ଡିକୱେଲାଶ୍ରୀଲଙ୍କା ପାଇଁ ୫୪ ଟେଷ୍ଟ, ୫୫ ଦିନିକିଆ ଏବଂ ୨୮ଟି ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଟେଷ୍ଟ ୨,୭୫୭ ରନ, ଦିନିକିଆରେ ୧,୬୦୪ ଏବଂ ଟି୨୦ରେ ୪୮୦ ରନ୍‌ କରିଛନ୍ତି । ଶେଷ ଥର ପାଇଁ ୨୦୨୩ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶ୍ରୀଲଙ୍କା ଟିମର ଅଧିନାୟକ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like