ଅଲ୍ରାଉଣ୍ଡର ଜାଡେଜାଙ୍କ ସୁପର ସୋ, ଶ୍ରୀଲଙ୍କା ହେଲା ଫଲୋଅନ୍

ମୋହାଲି : ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସୁପର କମାଲ । ୧୭୫ ରନ୍ର ବଡ଼ ଇନିଂସ୍ ପରେ ୫ ଓ୍ଵିକେଟ୍ ନେଇ ଶ୍ରୀଲଙ୍କାକୁ ମାଟି କାମୁଡ଼ାଇଛନ୍ତି । ଜାଡେଜାଙ୍କ ବ୍ୟକ୍ତିଗତ ସ୍କୋର ଠାରୁ ବି କମ୍ କରିଛି ଶ୍ରୀଲଙ୍କା । ମାତ୍ର ୧୭୪ ରନ୍ରେ ଅଲ୍ଆଉଟ୍ ହୋଇ ଫଲୋଅନ୍ ହେବା ପରେ ଶ୍ରୀଲଙ୍କା ତାର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଛି । ତେବେ ଏହି ପାଳିରେ ମଧ୍ୟ ଆରମ୍ଭରୁ ବିପର୍ଯ୍ୟୟର ସାମନା କରିଛି ଭ୍ରମଣକାରୀ ଦଳ ।
ଗତକାଲି ୧୦୮ ରନ୍ରେ ୪ ଓ୍ଵିକେଟ୍ ହରାଇଥିବା ଶ୍ରୀଲଙ୍କା ଆଜି ଆଉ ମାତ୍ର ୬୬ ରନ୍ ଯୋଗ କରି ବାକି ୬ଟି ଓ୍ଵିକେଟ୍ ହରାଇଥିଲା । ଜାଡେଜା ଏବଂ ଅନ୍ୟ ବୋଲରମାନେ ଶ୍ରୀଲଙ୍କା ବ୍ୟାଟରଙ୍କୁ ବେଶି ସମୟ ଓ୍ଵିକେଟ୍ରେ ରହିବାକୁ ଦେଇନଥିଲେ । ଶ୍ରୀଲଙ୍କା ପକ୍ଷରୁ ପାଥୁମ ନିଶଙ୍କ ସର୍ବାଧିକ ୬୧ ରନ୍ ଏବଂ ଅସାଲଙ୍କା ୨୯ ରନ୍ କରିଥିଲେ ।