ସାଙ୍ଗର ସ୍ତ୍ରୀ ସହିତ ଏହି ଷ୍ଟାର୍‌ ଖେଳାଳି ରଖିଲେ ସମ୍ବନ୍ଧ; ଭିଡିଓ ଲିକ୍‌ ହେବାରୁ ଘରୁ ବାହାର କରିଦେଲେ ପତ୍ନୀ!

ସାଙ୍ଗର ପତ୍ନୀ ସହିତ ସମ୍ପର୍କ ରଖିବାର ଭିଡିଓ ଭାଇରାଲ ହେବା ପରେ ଜଣେ ଷ୍ଟାର୍‌ ଖେଳାଳିଙ୍କୁ ତାଙ୍କ ପତ୍ନୀ ଘରୁ ଧକ୍କା ମାରି ବାହାର କରି ଦେଇଛନ୍ତି। ଷ୍ଟାର ଖେଳାଳିଙ୍କ ପତ୍ନୀ ସ୍ୱାମୀଙ୍କ ବିରୋଧରେ ଟ୍ଵିଟରରେ ଲେଖିଛନ୍ତି।

ଜଣେ ଷ୍ଟାର ଖେଳାଳିଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ତାଙ୍କ ପତ୍ନୀ ତାଙ୍କୁ ଧକ୍କା ମାରି ଘରୁ ବାହାର କରିଦେଇଛନ୍ତି। ଜୋଏ ୱେଷ୍ଟମ୍ୟାନ୍ ବ୍ରିଟେନର ଜଣେ ଜଣାଶୁଣା ରଗବୀ ଖେଳାଳି। କିନ୍ତୁ ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ନିଜ ସାଙ୍ଗଙ୍କ ପତ୍ନୀଙ୍କ ସହ ଏକ ସଂକୀର୍ଣ୍ଣ ରାସ୍ତାରେ ରୋମାନ୍ସ କରୁଥିବାର ଦେଖାଯାଇଥିଲେ। ଖେଳାଳିଙ୍କର ଏହି ଲଜ୍ଜାଜନକ କାର୍ଯ୍ୟ ଉପରେ ପତ୍ନୀ ଟ୍ୱିଟ୍ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଏହାପରେ ପତ୍ନୀ ସ୍ୱାମୀଙ୍କୁ ଘରୁ ବାହାର କରିଦେଇଛନ୍ତି।

Castleford Tigers କ୍ଲବ ପାଇଁ ଖେଳୁଥିବା ଜୋଏ ୱେଷ୍ଟରମ୍ୟାନଙ୍କର ଭିଡିଓ ଟ୍ୱିଟରରେ ଲିକ୍ ହୋଇଥିଲା। ଜୋଏଙ୍କ ପତ୍ନୀଙ୍କୁ ଯେତେବେଳେ ଭିଡିଓ ବିଷୟରେ ଜଣାପଡ଼ିଥିଲା, ତ ସେ ରାଗି ଯାଇଥିଲେ। ସେ ଟ୍ୱିଟରରେ ଲେଖିଛନ୍ତି, ଯେଉଁ ମହିଳା ତାଙ୍କ ସ୍ୱାମୀଙ୍କ ସହ ଦେଖାଯାଉଛନ୍ତି, ସେ ମୁଁ ନୁହେଁ। ତେବେ ତାଙ୍କ ପତ୍ନୀ ଏତିକିରେ ଅଟକି ନ ଥିଲେ, ସ୍ୱାମୀ ଜୋଏଙ୍କୁ ଘରୁ ବାହାର କରିଦେଇଥିଲେ।

joe
photo: aajtak

ଏହି ଭିଡିଓ ସାମ୍ନାକୁ ଆସିବା ପରେ ପତ୍ନୀ ବହୁତ ରାଗିଯାଇଥିଲେ ଆଉ କହିଥିଲେ, ମୋର ତିନି ସନ୍ତାନ ଅଛନ୍ତି। ସବୁଠାରୁ ବଡ଼ ଝିଅ ୧୫ ବର୍ଷର। ମୁଁ ଏହି ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ଚାହୁଁ ନାହିଁ। ଜୋଏଙ୍କ ପତ୍ନୀ କହିଛନ୍ତି ଯେ ସ୍ୱାମୀଙ୍କର ଏଭଳି ହରକତ ପରେ ସେ ତାଙ୍କ ପିଲାମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି। ଜୋଏଙ୍କ ପତ୍ନୀ ପେସାରେ ଜଣେ ଶିକ୍ଷୟିତ୍ରୀ।

ସେପଟେ ଜୋଏ ଏହି ଘଟଣାରେ ନିଜର ସାଙ୍ଗ ଏବଂ ପରିବାର ଲୋକଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ମଦ ନିଶାରେ ସେ ଏମିତି କରିଦେଇଥିଲେ। ଏହାଛଡ଼ା ତାଙ୍କର ଏଭଳି ହରକତ ପାଇଁ ଜୋଏଙ୍କୁ ତାଙ୍କ କ୍ଲବ ମଧ୍ୟ ନିଲମ୍ବିତ କରିଦେଇଛି।