ବାରବାଟୀରେ ଆଜିଠାରୁ ୬୬ତମ ରାଜ୍ୟ ଆଥଲେଟିକ୍ ମିଟ୍

କଟକ(କେନ୍ୟୁଜ୍) : ବାରବାଟୀରେ ୬୬ତମ ରାଜ୍ୟ ଆଥଲେଟିକ୍ ମିଟ୍-୨୦୧୮। ଗତବର୍ଷ ୧୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଚଳିତ ବର୍ଷ ୧୫୦୦ରୁ ଅଧିକ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗୀତାରେ ୧୪,୧୬,୧୮ଓ ୨୦ ବର୍ଷରୁ କମ୍ ବାଳକ ବାଳିକା ବର୍ଗ ରହିଥିବା ବେଳେ ପୁରୁଷ ଓ ମହିଳା ବର୍ଗ ରହିଛି। ଉଦ୍ଘାଟନୀ ଉତ୍ସବରେ ପୋଲିସ ଡିଜି ଆଇପି ଶର୍ମା, ପୂର୍ବତନ ଓସିଏ ସଂପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ।