ବିରାଶାଳ ଗାଁରେ ଜାତୀୟ ସ୍ତରୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ (କେନ୍ଯୁଜ୍) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ଗାଁରେ ଚାଲିଛି ଜାତୀୟ ସ୍ତରୀୟ ମାଆ ମଙ୍ଗଳା ଚାମ୍ପିୟନ୍‌ ଟ୍ରଫି-୨୦୧୮। ଆଜି କଟକ ଓ ଯାଜପୁର ଗୋଲକୁଣ୍ଡା ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିବା ବେଳେ କଟକ ଟିମ୍‌ ବିଜୟୀ ହୋଇଛି। ପ୍ରଥମେ କଟକ ଟିମ୍‌ ଟସ୍‌ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୧୯୫ ରନ୍‌ ସଂଗ୍ରହ କରିଥିଲା। ଯବାବରେ ଗୋଲକୁଣ୍ଡା ଟିମ୍‌ ୨୫ ଓଭରରେ ୧୭୭ ରନ୍‌ ସଂଗ୍ରହ କରିପାରିଥିଲା। ଆସନ୍ତାକାଲି ନାଗପୁର ଟିମ୍‌ ସହ ଭୁବନ ଟିମ୍‌ ମଧ୍ୟରେ କ୍ୱାଟର ଫାଇନାଲ୍‌ ଅନୁଷ୍ଠିତ ହେବ। ଆସନ୍ତା ୩୦ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।

ଗତକାଲି ମାଆ ମଙ୍ଗଳା ଚାମ୍ପିୟନ୍‌ ଟ୍ରଫିର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ୍‌ ଭାଇଜାଗ୍‌ କ୍ରିକେଟ୍‌ ଏକାଡେମୀ ଓ ଯାଜପୁର ଗୋଲକୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ୍‌ ଜିତି ଯାଜପୁର ଗୋଲକୁଣ୍ଡା ବ୍ୟାଟିଂ କରିଥିଲା। ୩୦ ଓଭରରେ ୨୨୫ ରନ୍‌ କରିଥିଲା ଯାଜପୁର ଗୋଲକୁଣ୍ଡା ଦଳ। ଜବାବରେ ଭାଇଜାଗ୍‌ ଟିମ୍‌ ୨୮ ଓଭରରେ ୧୭୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଯାଜପୁର ଗୋଲକୁଣ୍ଡା ଟିମ୍‌ର ଲେନିନ୍‌ ବାଲା ୫୩ ରନ୍‌ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।