କ୍ରୀଡା

ସମ୍ବଲପୁର ମହାନଦୀରେ ରାଜ୍ଯ ସ୍ତରୀୟ ବୋଟ୍ ରେସ୍, ଭାଗ ନେଇଥିଲେ ୬୨ ଜଣ ପ୍ରତିଯୋଗୀ

ସମ୍ବଲପୁର(କେନ୍ୟୁଜ୍): ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥି ଓ ମହାନଦୀର ସ୍ବଚ୍ଛତାକୁ ନେଇ ସମାଜରେ ପ୍ରଚାର କରିବା ଉଦେଶ୍ଯ ନେଇ ସମ୍ବଲପୁର ମହାନଦୀ ଠାରେ ଅନୁଷ୍ଠିତ ହୋଇଯାଇଛି ଏହି ରାଜ୍ଯସ୍ତରୀୟ ନୌକା ପ୍ରତିଯୋଗିତା । ସମ୍ବଲପୁର ସହରର ବୀର ବଜରଙ୍ଗ ସଂଘ ହାଟପଡା ପକ୍ଷରୁ ମିନକେତନ ଦେହେରୀ ସ୍ମାରକି ରାଜ୍ଯ ସ୍ତରୀୟ ନୌକା ପ୍ରତିଯୋଗିତାରେ ୩୦ଟି ନୌକାରେ ୬୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ ନେଇଥିଲେ । ସମ୍ବଲପୁର ବଡବଜାର ସଡ଼କ ଘାଟ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ମହାନଦୀର ଅଯୋଧ୍ୟା ସରୋବର ଠାରେ ପରିସମାପ୍ତି ହୋଇଥିଲା । ବିଶେଷ କରି ମହାନଦୀ ର ସ୍ବଚ୍ଛତା ନେଇ ଜନଜାଗରଣ ସୃଷ୍ଟି କରିବା ପାଇଁ ଏଭଳି ଆୟୋଜନ କରାଯାଇଥିବା ଆୟୋଜକ ମାନେ କହିଛନ୍ତି ।

ତେବେ ଏହି ନୌକା ପ୍ରତିଯୋଗିତାକୁ ଦେଖିବା ପାଇଁ ଗତକାଲି ମହାନଦୀର ବଡବଜାର ସଡ଼କ ଘାଟ ଓ ଅଯୋଧ୍ୟା ସରୋବର ଠାରେ ବହୁ ସଂଖ୍ଯାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଅନ୍ଯପକ୍ଷରେ ଏହି ନୌକା ପ୍ରତିଯୋଗିତାରେ କୌଣସି ପ୍ରକାର ଅଘଟଣକୁ ରୋକିବା ପାଇଁ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ମହାନଦୀରେ ଅତ୍ୟାଧୁନିକ ବୋଟ୍‌ ସହ ଲାଇଫ ଜ୍ଯାକେଟ ଧରି ମୂତୟନ ଥିଲେ କର୍ମଚାରୀ । ସେହିପରି ସ୍ଥାନୀୟ ପୋଲିସ ପକ୍ଷରୁ ମଧ୍ୟ ବ୍ଯାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଥିଲା ।

ଏହି ରାଜ୍ଯସ୍ତରୀୟ ନୌକା ପ୍ରତିଯୋଗିତା ରେ ସୋନପୁର, ବୌଦ୍ଧ, ବିନିକା, କେଉଟୀପାଲି , ତୁରୁମ, ବରଗଡ଼,ଡଙ୍ଗାପାଲ, ସିଣ୍ଢୋଲ, ଦେଓଗାଁ,ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ସମ୍ବଲପୁର ମହାନଦୀରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାଟପଡା ଟିମର ବିଶ୍ବନାଥ ଦଣ୍ଡସେନା ଓ ସାଥୀ ବିକାଶ ସାହୁ ପ୍ରଥମ, ପୋତାପାଲି ଟିମର ରଞ୍ଜନ ବଢ଼େଇ, ଭିମ ବରିହା ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ।

ପ୍ରାୟ ୩ ବର୍ଷ ପରେ ପୁଣିଥରେ ବଡ଼ ଧୁମଧାମରେ ସମ୍ବଲପୁର ସହରର ମହାନଦୀ ଘାଟରେ ରାଜ୍ଯ ସ୍ତରୀୟ ନୌକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ଦେଖିବ କୁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥିଲା । ହାଟପଡାର ବୀର ବଜରଙ୍ଗ ସଂଘର ଏପରି ନୌକା ପ୍ରତିଯୋଗିତା ଆୟୋଜନ ଖୁବ୍ ପ୍ରଶଂସାଯୋଗ୍ଯ। ଏହା ମହାନଦୀକୁ ସ୍ବଚ୍ଛତା ଆଣିବାରେ ବେଶ ସ଼ହାୟକ ହେବ ବୋଲି ଆଶା କରାଯାଉଛି ।

 

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago