ଅଷ୍ଟ୍ରେଲିଆର ପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣର

ଅଷ୍ଟ୍ରେଲିଆ(କେନ୍ଯୁଜ୍) : ଅଷ୍ଟ୍ରେଲିଆର ପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣର । ଟିମ୍ ଇଣ୍ଡିଆ ବିପକ୍ଷ ସିରିଜରେ ଏହି ଦୁଇ କ୍ରିକେଟର ଖେଳି ପାରନ୍ତି । ସେମାନଙ୍କ ଉପରେ ଲାଗିଥିବା ବାସନ୍ଦାଦେଶ ଖୁବ ଶୀଘ୍ର ଉଠିପାରେ । ଏନେଇ ଚିନ୍ତା କରୁଛି ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ୍ । ସେମାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ପ୍ଲେୟାର ୟୁନିଅନ୍ ଅଷ୍ଟ୍ରେଲିଆ କ୍ରିକେଟର ଆସୋସିଏସ୍ ନିକଟରେ ଦାବି କରିଛି ।
ଜରୁରିକାଳୀନ ଭାବରେ ବାସନ୍ଦାଦେଶ ଉଠାଇବାକୁ ଦାବି କରିଛି ପ୍ଲେୟାର ୟୁନିଅନ୍ । ଗତ କିଛି ମାସ ଭିତରେ ଅଷ୍ଟ୍ରେଲିଆ ଦିନିକିଆ ଓ ଟେଷ୍ଟରେ ପରାଜୟ ବରଣ ବି କରିଛି । ଇଂଲଣ୍ଡଠାରୁ ୫-୦ରେ ସିରିଜ ବି ହାରିଛି । ଗତ ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକାରେ ଭାରତ ବିପକ୍ଷ ସିରିଜର ଗୋଟିଏ ମ୍ୟାଚରେ ବଲ୍ ଟାମ୍ପରିଂ ଅଭିଯୋଗରେ ଫସିଥିଲେ ଡେଭିଡ୍ ଓ୍ଵାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ୍ । ଧରାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ଯନୁଷ୍ଠାନ ନେଇଥିଲା କ୍ରିକେଟ ଅଷ୍ଟ୍ରେଲିଆ । ବର୍ଷେ ପାଇଁ ସେମାନଙ୍କୁ ବାସନ୍ଦ କରିଥିଲା । ସେତେବେଳେ ଷ୍ଟିଭ୍ ସ୍ମିଥ ଅଷ୍ଟ୍ରେଲିଆର ଅଧିନାୟକ ଓ ଡେଭିଡ୍ ଓ୍ଵାର୍ଣ୍ଣର ଉପ-ଅଧିନାୟକ ଥିଲେ ।