ଚାମ୍ପିଅନ୍ସ ଟ୍ରଫିରେ ଭାରତ ଠାରୁ ହାରିବା ପରେ ଅବସର ନେଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ, ଦିନିକିଆକୁ କହିଲେ ବାଏ ବାଏ

ଚାମ୍ପିଅନ୍ସ ଟ୍ରଫି ୨୦୨୫ ମେସିଫାଇନାଲ ମ୍ୟାଚରେ ଭାରତ ଠାରୁ ହାରିବା ପରେ ସନ୍ନ୍ୟାସ ନେଇଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ । ଦିନିକିଆ କ୍ରିକେଟକୁ ବାଏ ବାଏ କହିଛନ୍ତି ଷ୍ଟିଭ ସ୍ମିଥ । ଦୁବାଇରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇଛି । ଏହାସହିତ ଫାଇନାଲରେ ପ୍ରବେଶ କରିଛି ଭାରତ । ଆଉ ଅଷ୍ଟ୍ରେଲିଆର ଫାଇନାଲ ସ୍ବପ୍ନ ଧୂଳିସାତ ହୋଇଛି ।

ସନ୍ନ୍ୟାସ ଗ୍ରହଣ କରିବା ପରେ ସ୍ମିଥ କହିଛନ୍ତି, ଏହା ମୋ ପାଇଁ ଏକ ଶାନଦାର ସଫର । ମୁଁ ପ୍ରତି ମୁହୂର୍ତ୍ତର ଆନନ୍ଦ ନେଇଛି । ବହୁତ ଅଦ୍ଭୁତ ମୁହୂର୍ତ୍ତ ମୋ ପାଇଁ ବଢିଆ ରହିଛି । ବିଶ୍ବକପ ଜିତିବାର ବଢିଆ ଅନୁଭୂତି ମୋ ପାଇଁ ସ୍ମରଣୀୟ ।

ଦିନିକିଆ କ୍ରିକେଟରୁ ସ୍ମିଥ ସନ୍ନ୍ୟାସ ଗ୍ରହଣ କରିଛନ୍ତି । ଟେଷ୍ଟ ଏବଂ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବେ । ସ୍ମିଥ ୨୦୧୦ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଲରାଉଣ୍ଡର ଭାବେ ଡେବ୍ୟୁ କରିଥିଲେ । ଏହାପରେ ବ୍ୟାଟିଂରେ କମାଲ କରି ଦୁନିଆର ଶ୍ରେଷ୍ଠ ବ୍ୟାଟର ଭାବେ ଜଣାଶୁଣା ହେଲେ । ସେ ଅଷ୍ଟ୍ରେଲିଆ ପାଇଁ ୧୭୦ ଦିନିକିଆରେ ୪୩.୨୮ ପ୍ରତିଶତରେ ୫୮୦୦ ରନ୍ କରିଛନ୍ତି । ଏଥିରେ ୧୨ ଶତକ ଏବଂ ୩୫ ଅର୍ଦ୍ଧଶତକ ରହିଛି । ଏହାସହିତ ସେ ୨୮ ୱିକେଟ ମଧ୍ୟ ନେଇଛନ୍ତି ।

ସ୍ମିଥ ୨୦୧୫ରେ ଅଷ୍ଟ୍ରେଲିଆ ଟିମର ଦିନିକିଆ ଅଧିନାୟକ ହୋଇଥିଲେ । କିନ୍ତୁ ୨୦୧୮ରେ ସ୍ୟାଣ୍ଡ ପେପର ମାମଲାରେ ଜଡିତ ଥିବାରୁ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା । ତାଙ୍କ ଉପରେ ବର୍ଷେ ଯାଏଁ ବ୍ୟାନ୍ ଲାଗିଥିଲା । ବ୍ୟାନ୍ ହଟିବା ପରେ କିଛି ବର୍ଷ ପରେ ତାଙ୍କୁ ଅଧିନାୟକ ପଦ ମିଳିଥିଲା । ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାଟ୍ କେମିନ୍ସଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ଟିମର ଅଧିନାୟକ ଦାୟିତ୍ବ ସମ୍ଭାଳିଥିଲେ ।

Also Read : ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତ , ୨୦୨୩ ବିଶ୍ବକପ ପରାଜୟର ପ୍ରତିଶୋଧ ନେଲା