ପିଙ୍କ ବଲ୍ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା, ଷ୍ଟିଭ ସ୍ମିଥ ଆହତ
ପିଙ୍କ ବଲ୍ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ବଡ ଝଟକା ଲାଗିଛି । ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ କେମରୁନ ଗ୍ରୀନ ଆହତ ଯୋଗୁଁ ସିରିଜରୁ ବାଦ୍ ପଡିଥିଲେ । ଏହାପରେ ମିଚେଲ ମାର୍ଶ ଏବଂ ଜୋଶ ହେଜଲଉଡ ଆହତ ସମସ୍ୟା ଯୋଗୁଁ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡିଥିବା ବେଳେ ଏବେ ଷ୍ଟିଭ ସ୍ମିଥ ଆହତ ହୋଇଛନ୍ତି ।
ଆଜି ଷ୍ଟିଭ ସ୍ମିଥ ବ୍ୟାଟିଂ କରୁଥିବା ବେଳେ ମାର୍ନସ ଲାବୁଶେନ ବୋଲିଂ କରୁଥିଲେ । ସ୍ମିଥ ଭଲ ଖେଳୁଥିଲେ କିନ୍ତୁ ମାର୍ନସଙ୍କ ବଲ ତାଙ୍କ ଡାହାଣ ହାତ ଆଙ୍ଗୁଠିରେ ବାଜିଥିଲା । ତେଣୁ ସ୍ମିଥ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ସେ ଗ୍ଲୋବ୍ସ କାଢି ଫିଜିଓକୁ ଡାକି ଚିକିତ୍ସା କରିଥିଲେ ।
ଯଦି ସ୍ମିଥ ସୁସ୍ଥ ଥାଆନ୍ତି, ତେବେ ସେ ନେଟସରେ ନଜର ଆସିପାରନ୍ତି । ଯଦି ଅତ୍ୟଧିକ ଆହତ ହୋଇଥାନ୍ତି, ତେବେ ଆଜି ନେଟ୍ସରେ ନଜର ଆସିନାହାନ୍ତି ସ୍ମିଥ । ଯଦି ଯନ୍ତ୍ରଣା ଅଧିକ ହୁଏ, ତେବେ ତାଙ୍କୁ ସ୍କାନ ପାଇଁ ନିଆଯିବ । ପ୍ରାଥମିକ ଚିକିତ୍ସାରୁ ଫାଇଦା ମିଳେ, ତେବେ ବୁଧବାର କିମ୍ବା ଗୁରୁବାରରୁ ଅଭ୍ୟାସ କରିପାରିବେ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟେଷ୍ଟ ୬ ଡିସେମ୍ବରରୁ ଆରମ୍ଭ ହେବ ।
ଭାରତୀୟ ଟିମ୍ ପିଙ୍କ ବଲ୍ ଟେଷ୍ଟ ମ୍ୟାଚ ଜିତିବାକୁ ଚେଷ୍ଟା କରିବ । ଦ୍ବିତୀୟ ଟେଷ୍ଟ ମ୍ୟାଚ ଡିସେମ୍ବର ୬ ତାରିଖରୁ ଖେଳାଯିବ ।
ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା ( ଉପ ଅଧିନାୟକ), ଯଶସ୍ବୀ ଜୟସୱାଲ, ଅଭିମନ୍ୟୁ ଈଶ୍ବରନ, ଶୁବମନ ଗିଲ୍, ବିରାଟ କୋହଲି, ଦେବଦତ୍ତ ପାଡିକିଲ୍ଲ, କେଏଲ ରାହୁ, ରିଷଭ ପନ୍ତ, ସରଫରାଜ ଖାନ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତିଶ କୁମାର ରେଡି, ୱାଶିଂଟନ ସୁନ୍ଦର ।
ଦ୍ବିତୀୟ ଟେଷ୍ଟ : ୬-୧୦ ଡିସେମ୍ବର
ତୃତୀୟ ଟେଷ୍ଟ : ୧୪-୧୮ ଡିସେମ୍ବର
ଚତୁର୍ଥ ଟେଷ୍ଟ : ୨୬-୩୦ ଡିସେମ୍ବର
ପଞ୍ଚମ ଟେଷ୍ଟ : ୩-୭ ଜାନୁଆରୀ