ଟୋକିଓ ଅଲମ୍ପିକ୍ସରେ କଡା କଟକଣା: ଖେଳ ଦେଖିବାକୁ ଆସିଥିବା ଦର୍ଶକ କରିପାରିବେ ନାହିଁ ମଦ୍ୟପାନ କି ଆଲିଙ୍ଗନ

ଟୋକିଓ: ଟୋକିଓ ଅଲମ୍ପିକ୍ସରେ ଦର୍ଶକଙ୍କ ପାଇଁ କଡା କଟକଣା। ଖେଳ ଦେଖିବାକୁ ଆସିଥିବା ଦର୍ଶକ ମଦ୍ୟପାନ କି ଆଲିଙ୍ଗନ କରିପାରିବେ ନାହିଁ। ଏପରିକି ଖେଳଳିଙ୍କଠାରୁ ଅଟୋଗ୍ରାଫ୍‌ ମଧ୍ୟ ନେଇପାରିବେ ନାହିଁ।

କୋଭିଡ କଟକଣା ମଧ୍ୟରେ ଟୋକିଓ ଅଲମ୍ପିକ୍ସ ଆୟୋଜନ ହେବା ଉଭୟ ଜାପାନ ସରକାର ଓ ଆୟୋଜକ କମିଟି ପାଇଁ ଏକ ବଡ ଚ୍ୟାଲେଞ୍ଜ । ଆୟୋଜକ କମିଟି ମୁଖ୍ୟ କହିଛନ୍ତି, ଦର୍ଶକ ପରସ୍ପର ଠାରୁ ଦୂରେଇ ରହିବେ। ଖେଳ ଶେଷ ହେବା ମାତ୍ରେ ସିଧାସଳଖ ଘରକୁ ଫେରିବେ। କୌଣସି ଦର୍ଶକଙ୍କୁ ମାଦକ ଦ୍ରବ୍ୟ ସହ ଷ୍ଟାଡିୟମକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ।

You might also like