କ୍ରିକେଟରୁ ସନ୍ନ୍ଯାସ ନେଲେ ଷ୍ଟୁଆର୍ଟ ବିନି, ଦିନିକିଆ କ୍ରିକେଟରେ ଏପର୍ଯ୍ଯନ୍ତ ଭାଙ୍ଗିନି ରେକର୍ଡ

ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନି କ୍ରିକେଟ ଜଗତରୁ ସନ୍ନ୍ଯାସ ନେଇଛନ୍ତି। ୩୭ ବର୍ଷୀୟ ବିନି ଗତ କିଛିଦିନ ହେଲାଣି ଟିମରୁ ଆଉଟ ହୋଇଯାଇଥିଲେ। ୨୦୧୬ ପରେ ବିନି କୌଣସି ଅର୍ନ୍ତଜାତୀୟ ମ୍ଯାଚ ମଧ୍ୟ ଖେଳିନାହାନ୍ତି। କିନ୍ତୁ ଘରୋଇ କ୍ରିକେଟ ଜରିଆରେ ଟିମକୁ ଫେରିବାକୁ ଚେଷ୍ଟା କରୁଥିଲେ।

୨୦୧୪ରେ ନ୍ଯୁଜିଲାଣ୍ଡ ବିରୋଧରେ ଦିନିକିଆ ମ୍ଯାଚ ଖେଳି ଅର୍ନ୍ତଜାତୀୟ କ୍ରିକେଟରେ ଡେବ୍ଯୁ କରିଥିଲେ ବିନି। ଭାରତ ବିରୋଧରେ ୬ଟି ଟେଷ୍ଟ, ୧୪ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ଯାଚ ଖେଳିଥିଲେ। ତାଙ୍କ ନାମରେ ଦିନିକିଆ କ୍ରିକେଟରେ ଭାରତ ପକ୍ଷରୁ ସର୍ବଶ୍ରେଷ୍ଠ ବୋଲିଂ ରେକର୍ଡ ରହିଛି। ୨୦୧୪ରେ ବାଲାଂଦେଶ ବିରୋଧରେ ୪ ରନ୍ ଦେଇ ୬ ୱିକେଟ ନେଇଥିଲେ। ଏପର୍ଯ୍ଯନ୍ତ ତାଙ୍କ ରେକର୍ଡ କେହି ବି ଭାଙ୍ଗିପାରିନାହାନ୍ତି।

ବିନି ଟେଷ୍ଟ କ୍ରିକେଟରେ ୧୯୪ ରନ ଏବଂ ୩ଟି ୱିକେଟ, ଦିନିକିଆରେ ୨୩୦ ରନ ଏବଂ ୨୦ଟି ୱିକେଟ, ଟି-୨୦ରେ ୩୫ ରନ୍ ଏବଂ ୧ ୱିକେଟ ନେଇଛନ୍ତି।

Leave A Reply

Your email address will not be published.