ପୁରୀ : ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ ଦିଲ୍ଲୀରେ ଜନ୍ମ । ମାତ୍ର ୯ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବିରାଟ । ମଧ୍ୟବିତ୍ତ ପରିବାରରୁ ଆସି ପୂରା ବିଶ୍ୱରେ ନାଁ କମାଇ ପାରିଥିବା ନାଁ ହେଉଛି ବିରାଟ ।
ଦିନିକିଆରେ ସର୍ବାଧିକ ରନ୍, ସର୍ବାଧିକ ପ୍ଲେୟର ଅଫ୍ ଦ ସିରିଜ ଆୱାର୍ଡ, ଦିନିକିଆରେ ସର୍ବାଧିକ ଶତକ, ସମସ୍ତ ଫର୍ମାଟ୍ ରେ ICC କ୍ରିକେଟର ଅଫ୍ ଦ ଇୟର୍, ଆଦି କେତେ ଆୱାର୍ଡ ବିରାଟ ନିଜ ନାଁରେ କରିସାରିଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ ମାନଙ୍କ ଶୁଭେଛାର ସୁଅ ଛୁଟୁଛି । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ତାଙ୍କୁ ଶୁଭେଛା ଜଣାଇଛନ୍ତି । ପୁରୀ ସମୁଦ୍ର କୂଳରେ ବିରାଟଙ୍କ ପ୍ରତ୍ତିମୂର୍ତ୍ତି ଓ ଏକ ବ୍ୟାଟ କରି ହାପି ବାର୍ଥଡେ ବିରାଟ ଲେଖିଛନ୍ତି।