ପାଦ କେଉଁଠି, ବ୍ୟାଟ୍‌ କେଉଁଠି? ବିରାଟ କୋହଲିଙ୍କୁ ସୁନିଲ ଗାଭାସ୍କରଙ୍କ ସମାଲୋଚନା

କେନ୍ଯୁଜ୍: ପାଦ କେଉଁଠି, ବ୍ୟାଟ୍‌ କେଉଁଠି ? ଟିମ୍‌ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ଏଭଳି କିଛି ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟ ଅଧିନାୟକ ସୁନିଲ ଗାଭାସ୍କର । ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ କୋହଲିଙ୍କ ଫର୍ମକୁ ନେଇ ଏଭଳି କହିଛନ୍ତି ଗାଭାସ୍କର । ବ୍ୟାଟିଂ କଲାବେଳେ କୋହଲିଙ୍କ ପାଦ ଗୋଟିଏ ସ୍ଥାନରେ ଓ ବ୍ୟାଟ ଗୋଟିଏ ପଟେ ଥିବା କହିଛନ୍ତି ।

ବିରାଟ କୋହଲି ଭଲ ଖେଳୁନାହାନ୍ତି ବୋଲି କହିଛନ୍ତି ଗାଭାସ୍କର । ଗତକାଲି କେ ଏଲ ରାହୁଲ ଓ ରୋହିତ ଶର୍ମା ଆଉଟ ହେବା ପରେ ବିରାଟ କୋହଲିଙ୍କ ଠାରୁ ଭଲ ସ୍କୋର ଆଶା କରାଯାଉଥିଲା । ହେଲେ ପୂର୍ବ ଭଳି ଖେଳିଥିଲେ । ଯାହାକୁ ନେଇ କୋହଲି ସମାଲୋଚନାର ଶିକାର ହୋଇଛନ୍ତି । ଚତୁର୍ଥ ଦିନରେ ଯେମିତି କୋହଲି ଖେଳିଲେ, ଏହା କଣ ଠିକ୍‌ ବୋଲି ପ୍ରଶ୍ନ କରିଛନ୍ତି ଗାଭାସ୍କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.