ଓସ୍କାର ପାଇବା ପରେ ‘ନାଟୁ ନାଟୁ’ ଗୀତରେ ନାଚିଲେ ସୁନୀଲ ଗାଭାସ୍କର ଏବଂ ମାଥ୍ୟୁ ହେଡେନ, ଭିଡିଓ ଭାଇରଲ

ଡବଲ ଖୁସିରେ ନିଜେ ନାଚି ମାଥ୍ୟୁ ହେଡେନଙ୍କୁ ନଚାଇଲେ ସୁନୀଲ ଗାଭାସ୍କର । ନାଟୁ ନାଟୁକୁ ଓସ୍କାର ଆଉ WTC ଫାଇନାଲରେ ଭାରତ ପ୍ରବେଶ ନେଇ ଖୁସିରେ ନାଚିଲେ ଗାଭାସ୍କର । ନାଟୁ ନାଟୁ ଡ୍ୟାନ୍ସ ଷ୍ଟେପରେ ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ । ଭିଡିଓ ହେଉଛି ଭାଇରଲ ।

ଫିଲ୍ମ ‘ଆରଆରଆର’ର ଗୀତ ନାଟୁ ନାଟୁ ଓସ୍କାର ଜିତିବା ପରେ ଭାରତୀୟଙ୍କ ଖୁସି ଡବଲ ହୋଇଯାଇଛି। ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ୨-୧ରେ ଜିତିବା ପରେ ଟିମ୍‌ ଇଣ୍ଡିଆର ଫ୍ୟାନ୍ସ ମଧ୍ୟ ଖୁସି ରହିଛନ୍ତି । ପ୍ରଥମେ ନାଟୁ ନାଟୁ ଗୀତକୁ ଓସ୍କାର ଆଉ ତା’ପରେ ଟେଷ୍ଟ ସିରିଜି ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତ ପ୍ରବେଶ କରିଛି । ଏହାକୁ ନେଇ ସମସ୍ତେ ଖୁସି ଜାହିର କରିଥିବା ବେଳେ ନାଟୁ ନାଟୁ ଗୀତରେ ନାଚିଛନ୍ତି ସୁନୀଲ ଗାଭାସ୍କର ଏବଂ ମାଥ୍ୟୁ ହେଡେନ ।

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ନାଟୁ ନାଟୁ ଗୀତର କ୍ରେଜ । ନାଟୁ ନାଟୁ ଓସ୍କାର ପାଇବା ପରେ ମ୍ୟାଚରେ ଥିବା ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଉତ୍ସାହିତ ହୋଇ ନାଟୁ ନାଟୁ ଷ୍ଟେପ୍‌ କରିଥିଲେ । ଆଉ ତାଙ୍କ ସହିତ ମିଶି ନାଚିଥିଲେ ମାଥ୍ୟୁ ହେଡେନ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଏହି ଭିଡିଓରେ ସୁନୀଲ ଗାଭାସ୍କର ଅତ୍ୟନ୍ତ ଖୁସି ଦେଖାଯିବା ସହିତ ତାଙ୍କ ସହିତ ମାଥ୍ୟୁ ହେଡେନ, ସଂଜୟ ବାଙ୍ଗର, ଅଜିତ ଅଗରକର ସବୁ ଖେଳାଳି ସୁନୀଲ ଗାଭାସ୍କରଙ୍କ ଡ୍ୟାନ୍ସ ଷ୍ଟେପକୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା ।

କ୍ରାଇଷ୍ଟଚର୍ଚ୍ଚରେ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ମାତ୍ ଦେଇଥିଲାନ୍ୟୁଜିଲାଣ୍ଡ । ଶ୍ରୀଲଙ୍କା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ସ୍ଥାନ ପାଇବା ପାଇଁ ଦୁଇଟି ଟେଷ୍ଟ ମ୍ୟାଚକୁ ୨-୦ରେ ଜିତିବାର ରହିଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ମାତ୍ର ୨ଟି ଓ୍ଵିକେଟରେ ହରାଇବା ପରେ ଶ୍ରୀଲଙ୍କାର ସ୍ୱପ୍ନ ଭାଙ୍ଗିଯାଇଛି । ଶ୍ରୀଲଙ୍କା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୌଡରୁ ବାଦ୍ ପଡିଛି । ତେବେ ଜୁନ ୭ରେ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଖେଳାଯିବ ।

Leave A Reply

Your email address will not be published.