ଆଜି ୭୫ ବର୍ଷରେ ପଦାର୍ପଣ କଲେ ସୁନୀଲ ଗାଭାସ୍କର, କ୍ରିକେଟ୍ ଜୀବନରେ ସ୍ଥାପନ କରିଛନ୍ତି ଅନେକ କୀର୍ତ୍ତିମାନ

ଆଜି ୭୫ ବର୍ଷରେ ପଦାର୍ପଣ କରିଛନ୍ତି ସୁନୀଲ ଗାଭାସ୍କର , ଯିଏକି କ୍ରିକେଟ୍ ଇତିହାସର ଜଣେ ସର୍ବକାଳୀନ ଶ୍ରେଷ୍ଠ ଓପ୍ନର ଭାବେ ପରିଚିତ । ଗାଭାସ୍କର ୩୪ ଟେଷ୍ଟ ଶତକ ସହ ବିଶ୍ୱ ରେକର୍ଡ଼ କରିଥିଲେ । ଯାହାକୁ ୨୦ ବର୍ଷ ପରେ ଭାଙ୍ଗିଥିଲେ ଦ୍ୱିତୀୟ ଲିଟିଲ ମାଷ୍ଟର ସଚିନ୍ ତେନ୍ଦୁଲକର ।

ସୁନୀଲ ଗାଭାସ୍କରଙ୍କ ନାଁରେ ଉଭୟ ସର୍ବାଧିକ ଟେଷ୍ଟ ରନ୍ ଓ ସର୍ବାଧିକ ଶତକର ବିଶ୍ୱ ରେକର୍ଡ଼ ରହିଥିଲା । ଏହା ସହ ଅନେକ କୀର୍ତ୍ତିମାନ ସ୍ଥାପନ କରିଥିଲେ ନିଜ କ୍ରିକେଟ୍ ଜୀବନରେ । ଟେଷ୍ଟ କ୍ରିକେଟରେ ୧୦ ହଜାର ରନ୍ ପୂରଣ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟାଟସମ୍ୟାନ୍ । ତାଙ୍କ ବ୍ୟାଟିଂ ଟେକନିକ ଖୁବ୍ ଚମତ୍କାର ଥିଲା । ସେ ୧୨୫ଟି ଟେଷ୍ଟ ଖେଳି ୧୦ ହଜାର ୧୨୨ ରନ୍ ସ୍କୋର କରିଥିଲେ ।

ଏଥିରେ ୩୪ଟି ଶତକ ଏବଂ ୪୫ଟି ଅର୍ଦ୍ଧଶତକ ରହିଛି । ସେ ୪ଟି ଦ୍ବିଶତକ ମଧ୍ୟ ହାସଲ କରିଥିଲେ ତାଙ୍କ ଲମ୍ବା କ୍ୟାରିୟର ମଧ୍ୟରେ । ଇନିଂସ୍ ପ୍ରତି ରନ୍ ହାର ଥିଲା ୫୧.୧୨ । ଦିନିକିଆରେ ୧୦୮ ମ୍ୟାଚ୍ ଖେଳି ଗୋଟିଏ ଶତକ ଓ ୨୭ଟି ଶତକ ସହ ୩ ହଜାର ୯୨ ରନ୍ ସ୍କୋର କରିଥିଲେ । ତାଙ୍କ ନାମରେ ଆଉ ଏକ ନିଆରା ରେକର୍ଡ଼ ମଧ୍ୟ ରହିଛି । କ୍ରିକେଟ୍ ଇତିହାସର ଏକମାତ୍ର ଖେଳାଳି ଭାବେ ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆରେ ଚୂଳ କାଟିଥିଲେ ।

ଏବେବି ଗାଭାସ୍କର କ୍ରିକେଟ୍ ସହ ସମ୍ପର୍କରେ ଅଛନ୍ତି । ଖେଳରୁ ଅବସର ନେବା ପରେ ବିସିସିଆଇ ଏବଂ ଆଇସିସିରେ କାର୍ଯ୍ୟ କରିବା ସହିତ ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳୁଛନ୍ତି । ତାଙ୍କୁ ଆଜି ଜନ୍ମ ଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

You might also like