ଶେଷ ବଲରେ ଚକମା ଦେଲା ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନକୁ ୧ ରନ୍ ରେ ହରାଇଲା

ଶେଷ ବଲରେ ଚକମା ଦେଲା ସନରାଇଜର୍ସ ହାଇଦ୍ରାବାଦ । ରାଜସ୍ଥାନର ବିଜୟ ଧାରାରେ ଲଗାଇଲା ବ୍ରେକ୍ । ୯ଟି ମ୍ୟାଚରୁ ୮ଟି ମ୍ୟାଚରେ ଜିତି ପ୍ଲେ ଅଫର ଦ୍ବାର ଦେଶରେ ପହଞ୍ଚିସାରିଥିବା ରାଜସ୍ଥାନକୁ ୧ ରନ୍ ରେ ହରାଇଲା ହାଇଦ୍ରାବାଦ । ଏହି ସଫଳତା ସହିତ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି ଏସଆରଏଚ । ଉପଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ୩ ୱିକେଟ୍ ବିନିମୟରେ ୨୦୧ ରନ୍ କରିଥିଲା ସନ ରାଇଜର୍ସ ହାଇଦ୍ରାବାଦ ।

(କେନ୍ୟୁଜ): ଶେଷ ବଲରେ ଚକମା ଦେଲା ସନରାଇଜର୍ସ ହାଇଦ୍ରାବାଦ । ରାଜସ୍ଥାନର ବିଜୟ ଧାରାରେ ଲଗାଇଲା ବ୍ରେକ୍ । ୯ଟି ମ୍ୟାଚରୁ ୮ଟି ମ୍ୟାଚରେ ଜିତି ପ୍ଲେ ଅଫର ଦ୍ବାର ଦେଶରେ ପହଞ୍ଚିସାରିଥିବା ରାଜସ୍ଥାନକୁ ୧ ରନ୍ ରେ ହରାଇଲା ହାଇଦ୍ରାବାଦ । ଏହି ସଫଳତା ସହିତ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି ଏସଆରଏଚ । ଉପଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ୩ ୱିକେଟ୍ ବିନିମୟରେ ୨୦୧ ରନ୍ କରିଥିଲା ସନ ରାଇଜର୍ସ ହାଇଦ୍ରାବାଦ ।

ଜବାବରେ ୭ ୱିକେଟରେ ୨୦୦ ରନ୍ କରିବାରେ ସଫଳ ହୋଇଥିଲା ରାଜସ୍ଥାନ । ଦଳ ପକ୍ଷରୁ ୪୯ ବଲରେ ୭୭ ରନ୍ ସାଉଁଟିଥିଲେ ପରାଗ । ଶେଷ ବଲରେ ୨ ରନ ଆବଶ୍ୟକ ଥିବାବେଳେ ରୋଭମାନ ପାୱେଲଙ୍କୁ ପାଭିଲିଅନ ପଠାଇ ରଜସ୍ଥାନର ବିଜୟ ଆଶା ଛଡାଇ ନେଇଥିଲା ହାଇଦ୍ରାବାଦ । ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ୍ ହୋଇଥିଲେ ଭୁବନେଶ୍ବର କୁମାର ।