ରୟାଲ ଚ୍ୟାଲେଞ୍ଜର୍ସର ଶୋଚନୀୟ ପରାଜୟ, ୧୧୮ ରନରେ ମ୍ୟାଚ୍ ହାତେଇଲା ହାଇଦ୍ରାବାଦ୍

ରୟାଲ ଚ୍ୟାଲେଞ୍ଜର୍ସର ଶୋଚନୀୟ ପରାଜୟ । ୧୧୮ ରନରେ ମ୍ୟାଚ୍ ହାତେଇଲା ସନରାଇଜର୍ସ ହାଇଦ୍ରାବାଦ୍ । ନିର୍ଦ୍ଧାରିତ ୧୯.୫ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୧୩ ରନ୍ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ । ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚରେ ହାଇଦ୍ରାବାଦ୍ର ବୋଲର ମହମ୍ମଦ ନାବି ୪ଟି ଓ୍ଵିକେଟ ନେଇଥିବାବେଳେ ସେହିପରି ସନ୍ଦୀପ ଶର୍ମା ୩ଟି ଓ୍ଵିକେଟ ନେଇଛନ୍ତି।
ତେବେ ବେଙ୍ଗାଲୁରୁର କୋଲିନ ଡେ ଗ୍ରାଣ୍ଡହୋମଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଭଲ ଖେଳି ପାରି ନାହାନ୍ତି। ୩୨ ବଲରେ ୩ ଚୌକା ଓ ୨ ଛକା ମାରି ୩୭ ରନ୍ କରିଥିଲେ କୋଲିନ ।