ସନରାଇଜର୍ସ ହାଇଦ୍ରାବାଦ ଟିମର ଖେଳାଳି ଥିବା ହୋଟେଲରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଖେଳାଳି

ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ୨୦୨୫ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିନାହିଁ । ଏହାରି ମଧ୍ୟରେ ହାଇଦ୍ରାବାଦ ଟିମ୍ ରହୁଥିବା ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ । IPLର Sunrisers Hyderabad କ୍ରିକେଟର ରହୁଥିବା ଫାଇଭ ଷ୍ଟାର ହୋଟେଲରେ ଲାଗିଗଲା ନିଆଁ । ହୋଟେଲରେ ନିଆଁ ଲାଗିବା ଦେଖି କର୍ମଚାରୀ ଅଗ୍ନିଶମ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ ଆରମ୍ଭ କରିଥିଲେ । ସମସ୍ତ ଖେଳାଳିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ଜଣାପଡିଛି ।

ଖବର ପାଇ ଅଗ୍ନିଶମ ଟିମ୍ ହୋଟେଲରେ ପହଞ୍ଚିଥିଲା । ଶେଷରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ଅଗ୍ନିଶମ ଟିମ୍ । ହୋଟେଲରେ ଥିବା SRH କ୍ରିକେଟରଙ୍କୁ ମଧ୍ୟ ସୁରକ୍ଷିତ ଭାବରେ ହୋଟେଲରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସନରାଇଜର୍ସ ହାଇଦ୍ରାବାଦ ଟିମ୍ ବଞ୍ଜରା ହିଲ୍ସରେ ରହୁଥିଲେ । ହୋଟେଲ ପାର୍କ ହୟାତର ଗୋଟେ ମହଲାରେ ନିଆଁ ଲାଗିଯାଇଥିଲା । ହୋଟେଲରେ ନିଆଁ ଲାଗିବା ପରେ ଆଖପାଖ ଅଞ୍ଚଳରେ ଧୂଆଁ ବ୍ୟାପିଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ତେବେ ସନରାଇଜର୍ସ ହାଇଦ୍ରାବାଦ ଟିମର ଖେଳାଳିଙ୍କୁ ଅନ୍ୟ ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ନିଆଁ ଲାଗିବା ପରେ ସମସ୍ତ ଲୋକ ବାହାରକୁ ଦୌଡିଥିଲେ ।

ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ନୈରାଶଜନକ ପ୍ରଦର୍ଶନ କରିଛି । ଟିମ୍ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଜିତିଛି । ସେହିପରି ୪ଟି ମ୍ୟାଚ ହାରିଛି ।

Also Read : ଅକ୍ଷର ପଟେଲଙ୍କୁ ଲାଗିଲା ଡବଲ ଝଟକା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ