ଆଇପିଏଲ୍ : ସୁପର ଓଭରରେ ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ

ମୁମ୍ବାଇ : ଆଇପିଏଲ୍ର ୫୧ତମ ମ୍ୟାଚ୍ଟି ଆଜି ରୋମାଞ୍ଚକର ଭାବେ ଶେଷ ହୋଇଛି । ମ୍ୟାଚ୍ ‘ଟାଇ’ ରହିବା ପରେ ସୁପର ଓଭର ଖେଳରେ ସନରାଇଜର୍ସ ହାଇଦ୍ରାବାଦକୁ ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ କରିଛି ।
ମ୍ୟାଚ୍ରେ ନିର୍ଦ୍ଧାରିତ ଓଭର ମଧ୍ୟରେ ଉଭୟ ଦଳ ୧୬୨ ରନ୍ କରିଥିଲେ । ୧୬୩ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ସନରାଇଜର୍ସକୁ ଶେଷ ବଲ୍ରେ ଜିତିବା ପାଇଁ ୭ ରନ୍ ଦରକାର ହେଉଥିଲା । ତେବେ ମନୀଷ ପାଣ୍ଡେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍ରେ ଏକ ଛକା ମାରିବା ଫଳରେ ସ୍କୋର ସମାନ ହୋଇଗଲା । ମନୀଷ ଅପରାଜିତ ୭୧ ରନ୍ କରିଥିଲେ । ପୂର୍ବରୁ ମୁମ୍ବାଇ ତରଫରୁ ଡି’କକ୍ ୬୯ ରନ୍ କରିଥିଲେ ।
ଏହି ମ୍ୟାଚ୍ ପରେ ମୁମ୍ବାଇ ୧୩ଟି ମ୍ୟାଚ୍ ଖେଳି ୮ଟି ବିଜୟ ସହ ୧୬ ପଏଣ୍ଟ ଏବଂ ହାଇଦ୍ରାବାଦ ୧୩ଟି ମ୍ୟାଚ୍ରୁ ୬ଟି ବିଜୟ ସହ ୧୨ ପଏଣ୍ଟ ହାସଲ କରିଛନ୍ତି । ମୁମ୍ବାଇ ପଏଣ୍ଟ ଟେବୁଲ୍ର ଦ୍ୱିତୀୟ ଏବଂ ହାଇଦ୍ରାବାଦ ଚତୁର୍ଥ ସ୍ଥାନରେ ରହିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ୧୩ଟି ମ୍ୟାଚ୍ ଖେଳି ୯ଟି ବିଜୟ ସହ ସର୍ବାଧିକ ୧୮ ପଏଣ୍ଟ ଲାଭ କରି ପ୍ରଥମ ସ୍ଥାନରେ ରହିଛି ।
ସ୍କୋର : ମୁମ୍ବାଇ ଇଣ୍ଡିଆନ୍ସ-୧୬୨/୫ । ସନରାଇଜର୍ସ ହାଇଦ୍ରାବାଦ-୧୬୨/୬ ।