ସୁରେଶ ରାଇନାଙ୍କ ଫଟୋରେ କ୍ଷୀର ଏବଂ ଦୀପ ଅର୍ପଣ କରୁଥିବାର ନଜର ଆସିଲେ ଫ୍ୟାନ୍‌, ଭିଡିଓ ଭାଇରଲ

ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ଖେଳାଳି ସୁରେଶ ରାଇନା ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କିନ୍ତୁ ତାଙ୍କ ଫ୍ୟାନ୍‌ ଫଲୋଇଂ ଏବେ ବି କମିନାହିଁ। ନିକଟରେ ସୁରେଶ ରାଇନାର ଏକ ଭିଡିଓ ଭାଇରଲ ହୋଇଥିଲା। ଯେଉଁଥିରେ ରାଇନାଙ୍କର ଜଣେ ଫ୍ୟାନ୍‌ ତାଙ୍କ ଫଟୋକୁ ପୂଜା କରୁଥିବାର ନଜର ଆସିଥିଲେ। ରାଇନା ଏହି ଭିଡିଓକୁ ଟ୍ଵିଟରରେ ମଧ୍ୟ ରିଟ୍ଵିଟ୍‌ କରିଛନ୍ତି। ଏହି ଭିଡିଓ ପୁରୁଣା ରହିଥିବା ବେଳେ ଏବେ ଭାଇରଲ ହେବାରେ ଲାଗିଛି।

ଟ୍ଵିଟରରେ ରାଇନାଙ୍କର ଜଣେ ଫ୍ୟାନ୍ସ ଏହି ଭିଡିଓକୁ ଟ୍ଵିଟ୍‌ କରିଥିଲେ। ଯେଉଁଥିରେ ଜଣେ ଫ୍ୟାନ୍‌ ରାଇନାଙ୍କ ଫଟୋକୁ ପୂଜା କରୁଥିବାର ଦେଖିବାକୁ ମିଳିଥିଲା। ଫ୍ୟାନ ଜଣକ ରାଇନାଙ୍କ ଫଟୋକୁ ଦୀପ ଦେଇ କ୍ଷୀର ଅର୍ପଣ କରୁଥିବା ଦେଖିବାକୁ ମିଳିଥିଲା। ରାଇନା ଏହି ଭିଡିଓକୁ ରିଟ୍ଵିଟ୍‌ କରିଛନ୍ତି। ଯାହା ପରେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି। ଟ୍ଵିଟରେ ଏହାକୁ ୮୦୦ରୁ ଅଧିକ ଲାଇକ୍ସ ମିଳିସାରିଛି। ଏହାକୁ ୧୦୦ରୁ ଊର୍ଦ୍ଧ୍ୱ ଲୋକ ରିଟ୍ଵିଟ୍‌ କରିଛନ୍ତି।

ସୂଚନାଯୋଗ୍ୟ, ରାଇନା ଟିମ୍‌ ଇଣ୍ଡିଆ ପାଇଁ ୨୨୬ ଦିନିକିଆ ମ୍ୟାଚରେ ୫୬୧୫ ରନ୍‌ କରିଛନ୍ତି। ଏହା ମଧ୍ୟରେ ୫ଟି ଶତକ ଏକ ୩୬ଟି ଅର୍ଦ୍ଧଶତକ ରହିଛି। ସେହିପରି ଟି-୨୦ ମ୍ୟାଚରେ ୭୮ଟି ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ରହିଛି।

Also Read : କମନୱେଲଥ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମର ଅଭିଯାନ ବିଜୟରୁ ଆରମ୍ଭ, ପ୍ରଥମ ମ୍ୟାଚରେ ଘାନାକୁ ୧୧-୦ ହରାଇଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.