କ୍ରିକେଟରୁ ସଂପୂର୍ଣ୍ଣ ସନ୍ନ୍ୟାସ ନେଲେ ସୁରେଶ ରାଇନା, ଆଇପିଏଲ ବି ଖେଳିବେନି
ଟିମ୍ ଇଣ୍ଡିଆର ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଭାରତୀୟ କ୍ରିକେଟରୁୁ ବାଏ ବାଏ କହିଛନ୍ତି। ସୁରେଶ ରାଇନା ଘୋଷଣା କରିଛନ୍ତି ଯେ, ସେ ବିସିସିଆଇ ସହିତ ଜଡିତ କୌଣସି ଟୁର୍ଣ୍ଣାମେଣ୍ଟର ଅଂଶ ରହିବେ ନାହିଁ। ଖବର ଅନୁଯାୟୀ, ସୁରେଶ ରାଇନା ବିସିସିଆଇ ଏବଂ ଉତ୍ତରପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ୟୁପିସିଏ) ର ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି । ସେ ଭାରତୀୟ କ୍ରିକେଟ୍ ଖେଳିବେ ନାହିଁ। କିନ୍ତୁ ବିଦେଶୀ ଲିଗ୍ ଖେଳିପାରିବେ ବୋଲି କହିଛନ୍ତି । ତେବେ ସେ ଏହାକୁ ରୋଡ ସେଫ୍ଟି ଓ୍ଵାଲର୍ଡ ସିରିଜ୍ ସହିତ ଆରମ୍ଭ କରିବାକୁ ଯାଉଛନ୍ତି।
ପୂର୍ବରୁ ଟିମ୍ ଇଣ୍ଡିଆର ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ରାଇନାଙ୍କ ଅବସର ଘୋଷଣା କରିବାର କିଛି ମିନିଟ୍ ପୂର୍ବରୁ ପୂର୍ବତନ ଅଧିନାୟକ ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ । ଯଦିଓ ଆଇପିଏଲ୍ ଏବଂ ଘରୋଇ କ୍ରିକେଟ୍ ପାଇଁ ଉଭୟ ଉପଲବ୍ଧ ଥିଲେ ।
ସୁରେଶ ରାଇନା ବିସିସିଆଇରୁ ଏନଓସି ନେବା ପରେ ଦେଶ ଏବଂ ବିଦେଶରେ ଭିନ୍ନ ଭିନ୍ନ ଲିଗରେ ଖେଳିବେ। ତାଙ୍କ ପୂର୍ବରୁ ଯୁବରାଜ ସିଂ ବିଦେଶୀ ଲିଗ୍ ଖେଳିସାରିଛନ୍ତି। ଏହାଛଡା ଦେଶରେ ଆୟୋଜିତ ହେଉଥିବା ଲିଗ୍ସରେ ମଧ୍ୟ ଭାଗ ନେଇସାରିଛନ୍ତି। ବିସିସିଆଇ ସଚିବ ଜୟ ଶାହା ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲାଙ୍କୁ ସୂଚନା ଦେଇଛନ୍ତି ସୁରେଶ ରାଇନା ।
It has been an absolute honour to represent my country & state UP. I would like to announce my retirement from all formats of Cricket. I would like to thank @BCCI, @UPCACricket, @ChennaiIPL, @ShuklaRajiv sir & all my fans for their support and unwavering faith in my abilities 🇮🇳
— Suresh Raina🇮🇳 (@ImRaina) September 6, 2022
ସେପ୍ଟେମ୍ବର ୧୦ରୁ ସେ ରୋଡ ସେଫ୍ଟି ଓ୍ଵାଲର୍ଡ ସିରିଜର ଏକ ଅଂଶ ମଧ୍ୟ ହେବେ ବୋଲି ରାଇନା ନିଶ୍ଚିତ କରିଛନ୍ତି । ସେ ଗତ ଏକ ସପ୍ତାହ ଧରି ଅଭ୍ୟାସ କରୁଛନ୍ତି । ୨୦୫ ଆଇପିଏଲ୍ ମ୍ୟାଚ୍ ଖେଳିଥିବା ସୁରେଶ ରାଇନା ମଧ୍ୟ ସୂଚନା ଦେଇଛନ୍ତି ଯେ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୟୁଏଇର ଟି-୨୦ ଲିଗ୍ ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଛି । ଦକ୍ଷିଣ ଆଫ୍ରିକାର ନୂତନ ଟି-୨୦ ଲିଗରେ CSK ର ପ୍ୟାରେଣ୍ଟ୍ କମ୍ପାନୀ ଇଣ୍ଡିଆ ସିମେଣ୍ଟସ୍ କିଣିଥିବା ଦଳ ପାଇଁ ସେ ଖେଳିପାରିବେ ।
ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୨ର ମେଗା ନିଲାମରେ କୌଣସି ଦଳ ସୁରେଶ ରାଇନା କିଣିନଥିଲେ । ଚେନ୍ନାଇ ସୁପରକିଙ୍ଗସ ରାଇନାଙ୍କୁ ନ କିଣିବା ପରେ ୱେବ୍ସାଇଟରୁ ମଧ୍ୟ ତାଙ୍କ ନାଁ ହଟାଇ ଦିଆଯାଇଥିଲା । ଟିମ୍ ସେକ୍ସନ୍ରେ ସମସ୍ତ ଖେଳାଳିଙ୍କ ନାଁ ରହିଛି। କିନ୍ତୁ ରାଇନାଙ୍କ ନାଁ ନ ଥିଲା। ଏହା ପୂର୍ବରୁ ରାଇନା ଚେନ୍ନାଇ ସୁପରକିଙ୍ଗସ୍ର ଟ୍ଵିଟର ହ୍ୟାଣ୍ଡେଲ ଏବଂ ଧୋନିଙ୍କୁ ଟ୍ୱିଟରରେ ଅନ୍ ଫଲୋ କରି ଦେଇଥିଲେ। ସୁରେଶ ରାଇନାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରାଯାଇଥିଲା। ଏମିତିକି ଆରମ୍ଭରୁ ଏମଏସ ଧୋନି ଏବଂ ସୁରେଶ ରାଇନା ଚେନ୍ନାଇ ସୁପର କିଙ୍ଗ୍ସର ଫେସ ଭାଲ୍ୟୁ ବଢ଼ାଇଥାନ୍ତି।
Also Read : ଅର୍ଶଦୀପଙ୍କୁ ଖଲିସ୍ତାନୀ ସଂଗଠନ ସହ ସଂପର୍କ ଥିବା ନେଇ ଓ୍ଵିକିପିଡିଆକୁ ସମନ କଲା ଆଇଟି ମନ୍ତ୍ରଣାଳୟ