ମୁମ୍ବାଇରେ ନୂଆ ଘର କିଣିଲେ ସୂର୍ଯ୍ୟକୁମାର ଯାଦବ, ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇରେ ନୂଆ ଘର କିଣିଲେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଦେଓନାରର ଗୋଦରେଜ ସ୍କାଇ ଟେରେସରେ ୨ଟି ଫ୍ଲାଟ କିଣିଛନ୍ତି ବୋଲି ଶୁଣିବାକୁ ମିଳିଛି । ଏହା ପ୍ରାୟ ୪୨୨୨.୭୬ ସ୍କୋୟାର ଫୁଟର ଫ୍ଲାଟ ରହିଛି ।
ସୂଚନାନୁଯାୟୀ, ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ସ୍ତ୍ରୀ ଦେବିଶା ମୁମ୍ବାଇରେ ଦୁଇଟି ନୂଆ ଘର କିଣିଛନ୍ତି । ଦେଓନାରର ଗୋଦରେଜ ସ୍କାଇ ଟେରେସରେ ୨ଟି ଫ୍ଲାଟ କିଣିଛନ୍ତି ବୋଲି ଶୁଣିବାକୁ ମିଳିଛି । ଏହା ପ୍ରାୟ ୪୨୨୨.୭୬ ସ୍କୋୟାର ଫୁଟର ଫ୍ଲାଟ ରହିଛି । ଯେଉଁ ଘରର ଦାମ କୋଟି କୋଟି ଟଙ୍କା ମୂଲ୍ୟର ବୋଲି ଜଣାପଡିଛି । ଫ୍ଲାଟର ମୂଲ୍ୟ ପ୍ରାୟ ୨୧.୧୧ କୋଟି ହୋଇଥିବା ବେଳେ ନେମ୍ ଷ୍ଟାମ୍ପର ଦାମ ୧.୨୬ କୋଟି ରହିଛି । ଏପର୍ଯ୍ୟନ୍ତ ଫ୍ଲାଟର କୌଣସି ଫଟୋ ଦେଖିବାକୁ ମିଳିନାହିଁ ।
ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ IPL ୨୦୨୫ ମ୍ୟାଚ ପାଇଁ ବ୍ୟସ୍ତ ରହିଛନ୍ତି । IPL ୨୦୨୫ ରେ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପାଇଁ ଖେଳୁଛନ୍ତି । ଅନେକ ସମୟରେ ମୌକାରେ ଚଉକା ମାରି ତାଙ୍କ ଚମତ୍କାର ବ୍ୟାଟିଂର ପ୍ରଦର୍ଶନ କରିଥାନ୍ତି । କିନ୍ତୁ ଏଥର IPL ୨୦୨୫ ମ୍ୟାଚରେ ସେମିତି କିଛି ବିଶେଷ ଖେଳିନାହାଁନ୍ତି ଯାଦବ । IPL ୨୦୨୫ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିଲା । ମୁମ୍ବାଇ ଦ୍ବାରା ରଖାଯାଇଥିବା ୧୫୬ ରନର ଲକ୍ଷ୍ୟକୁ ଚେନ୍ନାଇ ୧୯.୧ ଓଭରରେ ୧୫୮ ରନ କରି ହାସଲ କରିନେଇଥିଲା । ଦଳ ପକ୍ଷରୁ ରଚିନ ରବୀନ୍ଦ୍ର ୬୫ ରନ ଓ ଋତୁରାଜ ଗାଇକ୍ବାଡ ୫୩ ରନ କରିଥିଲେ । ଏହି ମ୍ୟାଚରେ ଧୋନି ଆଖି ପିଛୁଳାକେ ମୁମ୍ବାଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଷ୍ଟମ୍ପ ଆଉଟ୍ କରି ଚେପକ ଷ୍ଟାଡିୟମରେ ହଇଚଇ ସୃଷ୍ଟି କରିଥିଲେ ।
Also Read : ଆଇପିଏଲ: ଆୟରଙ୍କ ଧୂଆଁଧାର ବ୍ୟାଟିଂ, ଗୁଜରାଟ ଟାଇଟନ୍ସକୁ ୧୧ ରନରେ ପରାସ୍ତ କଲା ପଞ୍ଜାବ କିଙ୍ଗସ