ସୂର୍ଯ୍ଯକୁମାର ଯାଦବ ହେଲେ ନିରାଶ, ଟିମ୍ ଇଣ୍ଡିଆରେ ସ୍ଥାନ ନ ମିଳିବାରୁ ରଖିଲେ ନିଜର ପ୍ରତିକ୍ରିୟା

ଅଷ୍ଟ୍ରେଲିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏପରି ଚୟନକୁ ନେଇ ନିରାଶ ହୋଇଛନ୍ତି ଆଇପିଏଲରେ କମାଲ କରିଥିବା ବ୍ଯାଟସମ୍ଯାନ ସୂର୍ଯ୍ଯକୁମାର ଯାଦବ। ଆଇପିଏଲରେ ଆକର୍ଷଣୀୟ ବ୍ୟାଟିଂ କରୁଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଏହି ଗସ୍ତରେ ସ୍ଥାନ ମିଳିନାହିଁ। ବିସିସିଆଇର ଏଭଳି ନିଷ୍ପତ୍ତି ଉପରେ ଅନେକ କ୍ରିକେଟ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କଠୁ ଆରମ୍ଭ କରି କୋଚ୍ ରବି ଶାସ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ।

୩୦ ବର୍ଷୀୟ ସୂର୍ଯ୍ୟ କୁମାର ଯାଦବ ଆଇପିଏଲ-୨୦୨୦ରେ ୧୬ଟି ମ୍ୟାଚ ଖେଳି ୪୦ ଆଭରେଜରେ ୪୮୦ ରନ୍ କରିଥିଲେ । ସେ ମୁମ୍ବାଇ ତରଫରୁ ଇଶାନ କିଷନ(୫୧୬) ଓ କ୍ୱିଣ୍ଟନ୍ ଡିକକ୍(୫୦୩)ଙ୍କ ପରେ ସର୍ବାଧିକ ରନ୍ କରିଥିଲେ ।

yadav

ଦଳରେ ସ୍ଥାନ ନ ମିଳିବା ନେଇ ସୂର୍ଯ୍ୟକୁମାର ନିରବତା ଭାଙ୍ଗିଛନ୍ତି । ସେ କହିଛନ୍ତି ଯେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଘୋଷଣା ହେବା ପରେ ସେ ନିରାଶ ହୋଇଥିଲେ । ସେ ଦଳରେ ସ୍ଥାନ ପାଇବେ ବୋଲି ଆଶା ରଖିଥିଲେ । ଟୁର୍ଣ୍ଣାମେଣ୍ଟରେ ଭଲ ବ୍ୟାଟିଂ ମଧ୍ୟ କରିଥିଲେ । ସେ ଗତ ୨ ବର୍ଷ ଧରି କେବଳ ଆଇପିଏଲ ନୁହେଁ ହ୍ୱାଇଟ୍ ବଲ୍ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ସ୍ଥାନ ନମିଳିଲେ ମଧ୍ୟ ସେ ତାଙ୍କ ଯାତ୍ରା ଜାରି ରଖିବେ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି, ଦଳ ଘୋଷଣା ସମୟରେ ସେ ଜିମ୍‌ରେ ଥିଲେ । ତାଙ୍କ ନାଁ ନଥିବାରୁ ନିରାଶ ହୋଇ ସେ ଜିମ୍ ଛାଡି ଚାଲି ଆସିଥିଲେ । ଦଳ ଚୟନ ଦିନ ସେ ଏତେ ବିବ୍ରତ ନଥିଲେ ବୋଲି କହିଛନ୍ତି। କିନ୍ତୁ ସେହିଦିନ ରାତିରେ ଖାଇବାକୁ ଇଚ୍ଛା ହୋଇନଥିଲା ଓ ଚୁପ୍ ଚାପ୍ ରହିଥିଲେ ବୋଲି ମଧ୍ୟ କହିଛନ୍ତି ସୂର୍ଯ୍ୟକୁମାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.