ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆହତ, ଚିନ୍ତାରେ ଫ୍ୟାନ୍ସ

IPL ର ୧୧ ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଥିଲେ ।  ଏହି ମ୍ୟାଚରେ ଗୁଜୁରାଟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୯୬ ରନ କରିଥିଲା ।  ଯାହାକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଦଳ ୨୦ ଓଭରରେ କେବଳ୧୬୦ ରନ କରିପାରିଥିଲା । ଏହି ସିଜନରେ ଲଗାତାର ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।  ମ୍ୟାଚ୍‌ରେ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଟାର୍ଗେଟର ପିଛା କରୁଥିଲା ସେତେବେଳେ ଏକ ବିପଜ୍ଜନକ ବାଉନ୍ସର ବଲ୍‌ରେ ବ୍ୟାଟିଂ କରୁଥିବା ସମୟରେ ଷ୍ଟାର ଖେଳାଳି ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିଲେ ।  ଏହାପରେ କିଛି ସମୟ ପର୍ଯ୍ୟନ୍ତ ଫ୍ୟାନ୍ସ ମାନେ ଅଣନିଶ୍ୱାସୀ ହୋଇଯାଇଥିଲେ ।

ଏହା ଏକ ଧୀର ବାଉନ୍ସର ଥିଲା ଯାହା ସୂର୍ଯ୍ୟ କୁମାର ଯାଦବଙ୍କ ଗ୍ଲୋଭସ୍‌ରେ ବାଜି ସିଧା ତାଙ୍କ ହେଲମେଟରେ ବାଜିଥିଲା । ବଲ୍ ଆଘାତ ପାଇବା ପରେ ସୂର୍ଯ୍ୟ ତଳେ ପଡ଼ିଗଲେ ଏବଂ ବହୁତ ସମୟ ପର୍ଯ୍ୟନ୍ତ ଠିଆ ହେଲେ ନାହିଁ । ଯାହା ଫଳରେ ସମସ୍ତଙ୍କର ନିଶ୍ୱାସ ବନ୍ଦ ହୋଇଗଲା । ଏହି ସମୟରେ ଗୁଜରାଟ ଟାଇଟାନ୍ସର ଖେଳାଳିମାନେ ତାଙ୍କ ପାଖକୁ ପହଞ୍ଚିଥିଲେ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଫିଜିଓ ମଧ୍ୟ ପଡ଼ିଆକୁ ଆସିଥିଲେ । ତେବେ ସୂର୍ଯ୍ୟଙ୍କୁ କୌଣସି ଗମ୍ଭୀର ଆଘାତ ଲାଗିନାହିଁ । ଫିଜିଓ ତାଙ୍କର ଆଘାତ ପରୀକ୍ଷା କରିଥିଲେ ଏବଂ ପରେ ସେ ପୁଣି ବ୍ୟାଟିଂ ଆରମ୍ଭ କରିଥିଲେ ।

ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ୍‌ରେ ୨୮ ବଲ୍‌ରେ ୧୭୧.୪୨ ଷ୍ଟ୍ରାଇକ୍ ରେଟ୍‌ରେ ୪୮ ରନ୍ କରିଥିଲେ । ଯେଉଁଥିରେ ୧ ଚୌକା ଏବଂ ୪ ଛକା ରହିଥିଲା । କିନ୍ତୁ ତାଙ୍କର ଇନିଂସ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଜିତିବା ପାଇଁ ଯଥେଷ୍ଟ ନଥିଲା । ପ୍ରକୃତରେ, ଗୁଜରାଟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୬ ରନ୍ କରିଥିଲେ । ଏହି ଟାର୍ଗେଟର ପିଛା କରିବା ସମୟରେ ମୁମ୍ବାଇ ଦଳ ୨୦ ଓଭରରେ ୬ ୱିକେଟ ହରାଇ କେବଳ ୧୬୦ ରନ କରିପାରିଥିଲା । ଏହା ହେଉଛି ଆଇପିଏଲରେ ଚତୁର୍ଥ ଥର ଖେଳାଯାଇଥିବା କ୍ରିକେଟ ମାଚ । ଯେଉଁଥିରେ ମୁମ୍ବାଇ ସିଜିନର ଦୁଇଟି ମ୍ୟାଚ୍ ହାରିଯାଇଛି ।