ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଦେଖି ପ୍ରଶଂସାରେ ପୋତି ପକାଇଲେ ବିରାଟ କୋହଲି, ବିରାଟଙ୍କୁ ଏମିତି ଜବାବ ଦେଲେ ସୂର୍ଯ୍ୟ

ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବନ୍ଧୁତା ସମସ୍ତେ ମଇଦାନରେ ଦେଖିଛନ୍ତି । ଆଉ କୋହଲି କେବଳ ମଇଦାନରେ ନୁହେଁ ବରଂ ବାହାରେ ମଧ୍ୟ ସାଥି ଖେଳାଳିଙ୍କୁ ଭରପୂର ସମର୍ଥନ କରିଥାନ୍ତି । ଏବେ ବିରାଟ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ଖେଳିନଥିଲେ ସତ କିନ୍ତୁ ଶେଷ ମ୍ୟାଚରେ ସୂର୍ଯ୍ୟଙ୍କ ବ୍ୟାଟିଂ ଦେଖି ତାଙ୍କ ପ୍ରଶଂସା କରିବାରେ ପଛାଇ ନାହାନ୍ତି। ଶନିବାର ଦିନ ଶେଷ ଟି-୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ କ୍ୟାରିଅରର ତୃତୀୟ ଶତକ ମାରିଥିଲେ । ଆଉ ଏହାକୁ ନେଇ କୋହଲି ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସୂର୍ଯ୍ୟକୁମାର ଯାଦବଙ୍କ ଫଟୋ ସେୟାର କରି ଇମୋଜୀ ସେୟାର କରିଛନ୍ତି। ଆଉ ବିରାଟଙ୍କ ଏଭଳି ପ୍ରତିକ୍ରିୟା ଦେଖି ସମସ୍ତେ ଖୁସି ହୋଇଯାଇଛନ୍ତି । ସୂର୍ଯ୍ୟଙ୍କ ବ୍ୟାଟିଂ ଷ୍ଟାଇଲ ଦେଖି ବିରାଟ ପ୍ରଶଂସା କରି ରହିପାରିନାହାନ୍ତି ।

ସିରିଜ ଜିତିବା ମ୍ୟାଚ୍‌ ଖେଳି ଡ୍ରେସିଂ ରୁମକୁ ଫେରି ଇନଷ୍ଟାଗ୍ରାମ ଚେକ୍‌ କରିଥିଲେ । ଆଉ ସେଥିରେ ବିରାଟଙ୍କ ମେସେଜ ଦେଖି ଖୁସି ହୋଇଯାଇଥିଲେ ।ଆଉ ବିରାଟଙ୍କ ଇନଷ୍ଟା ଷ୍ଟୋରୀରେ କମେଣ୍ଟ କରିଥିଲେ ସୂର୍ଯ୍ୟ । ସୂର୍ଯ୍ୟଙ୍କ ଏହି ଭିଡିଓକୁ ବିସିସିଆଇ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛି ।

ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ୫୧ ବଲରେ ଅପରାଜିତ ରହି ୧୧୨ ରନ୍‌ କରିଥିଲେ । ସୂର୍ଯ୍ୟ ଏହି ଇନିଂସରେ ୯ଟି ଛକା ଏବଂ ୭ଟି ଚଉକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଟି-୨୦ ମ୍ୟାଚରେ ଏହା ସୂର୍ଯ୍ୟଙ୍କ ତୃତୀୟ ଟି-୨୦ ଶତକ । ଟି-୨୦ କ୍ରିକେଟରେ ଶତକ କରିଥିବା ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି ସୂର୍ଯ୍ୟ। ଏହା ପୂର୍ବରୁ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଶତକ କରିଥିଲେ । ସୂର୍ଯ୍ୟ କୁମାର ଯାଦବ ୨୦୨୨ରେ ପାଖାପାଖି ୩୧ ଇଣ୍ଟରନ୍ୟାସନାଲ ଟି-୨୦ରେ ୧୧୬୪ ରନ୍‌ କରିଛନ୍ତି। ଏହା ମଧ୍ୟରେ ୨ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ରହିଛି । ତେବେ ଆଇସିସି ଟି-୨୦ ର‍୍ୟାଙ୍କିଂରେ ନଂ ୧ ସ୍ଥାନରେ ରହିଛନ୍ତି ସୂର୍ଯ୍ୟକୁମାର ।

୨୨୯ ରନର ପିଛା କରୁଥିବା ଶ୍ରୀଲଙ୍କା ୧୬.୪ ଓଭରରେ ସମସ୍ତ ୱିକେଟ ହରାଇ ୧୩୭ ରନ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ, ଉମ୍ରାନ ଓ ଚହଲ ୨ଟି, ଅକ୍ଷର ପଟେଲ ୧ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ବିସ୍ଫୋରକ ୧୧୨ ରନର ଇନିଂସ ଖେଳିଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଛି । ସେହିପରି ଅକ୍ଷର ପଟେଲଙ୍କୁ ମ୍ୟାନ୍‌ ଅଫ ଦ ସିରିଜ ପୁରସ୍କାର ପାଇଛନ୍ତି। ସେ ୩ଟି ମ୍ୟାଚରେ ୧୧୭ ରନ କରିବା ସହ ୩ଟି ୱିକେଟ ନେଇଛନ୍ତି।

ତେବେ ଟି-୨୦ ସିରିଜ ଜିତିବା ପରେ ୧୦ ଜାନୁଆରୀରୁ ଦିନିକିଆ ସିରିଜ ଖେଳିବ। ଏହି ଦିନିକିଆ ସିରିଜରୁ ଭାରତ ୨୦୨୩ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜସପ୍ରୀତ ବୁମରା ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବେ ।

Leave A Reply

Your email address will not be published.