ଫିଫା ବିଶ୍ୱକପ୍: ସ୍ୱିଡେନ୍‌କୁ ୨-୦ରେ ହରାଇ ସେମି ଫାଇନାଲରେ ଇଂଲଣ୍ଡ

fifaନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। କ୍ୱାର୍ଟର ଫାଇନାଲରେ ସ୍ୱିଡେନ୍‌କୁ ୨-୦ ଗୋଲରେ ହରାଇଛି। ଋଷର ସମାରା ଠାରେ ଖେଳାଯାଇଥିବା ମ୍ୟାଚ ଏକତରଫା ଥିଲା। ଖେଳର ୩୦ତମ ମିନିଟରେ ଇଂଲଣ୍ଡ ପ୍ରଥମ ଗୋଲ କରିଥିଲା।

ଏକ କର୍ଣ୍ଣର ସଟ୍‌କୁ ହେରି ମେଗୁରେ ହେଡ୍ର ଜରିଆରେ ଗୋଲ କରିଥିଲେ ମ୍ୟାଚ୍ର ୫୮ ତମ ମିନିଟରେ ଡେଲେ ଅଲ୍ଲୀ ଆଉ ଏକ ଗୋଲ କରିଥିଲେ। ୧୯୬୬ର ଚାମ୍ପିଅନ ଇଂଲଣ୍ଡ, ୧୯୯୦ରେ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ଏହାପରେ କୌଣସି ବିଶ୍ୱକପ୍ର ସେମି ଫାଇନାଲରେ ପହଞ୍ଚି ପାରି ନଥିଲା ଦଳ।

Leave A Reply

Your email address will not be published.