ସିଡନୀ ଟେଷ୍ଟରେ ବଡ଼ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ , ୭୧ ବର୍ଷ ପରେ ସିରିଜ କବଜା ଲକ୍ଷ୍ୟରେ ଭାରତ

ସିଡନୀ(କେନ୍ୟୁଜ୍) : କେନ୍ୟୁଜ୍ ସିଡନୀ ଟେଷ୍ଟରେ ଏକ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଛି ଟିମ୍ ଇଣ୍ଡିଆ । ଭାରତ ୪୫୦ ରନ୍ ପାଖାପାଖି ପହଞ୍ଚିଛି । ଲଞ୍ଚ ପରେ ପ୍ୟାଭିଲିୟନ୍ ଫେରିଛନ୍ତି ଚେତେଶ୍ୱର ପୂଜାର । ସେ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି । ୧୯୩ ରନ୍ କରି ପୂଜାର ଆଉଟ୍ ହୋଇଛନ୍ତି । ସେହିପରି ରିଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଜି ଦ୍ୱିତୀୟ ଦିନରେ ୪ ଓ୍ଵିକେଟ୍ ୩୦୩ ରନ୍ରୁ ଖେଳ ଆରମ୍ଭ କରିଛି ଭାରତ । ଆଜି ପ୍ରଥମ ଓ୍ଵିକେଟ୍ ହନୁମା ବିହାରୀ ୪୨ ରନ୍ କରି ଆଉଟ୍ ହୋଇଥିଲେ । ଶେଷ ଟେଷ୍ଟ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛି କୋହଲି ବାହିନୀ ।
ସିଡନୀରେ ଭାରତ ୪୦ ବର୍ଷ ହେବ ଟେଷ୍ଟ ମ୍ୟାଚ୍ ଜିତି ନଥିବା ବେଳେ ଅଷ୍ଟ୍ରେଲିଆ ମାଟିରେ ୭୧ ବର୍ଷ ହେବ କୌଣସି ଟେଷ୍ଟ ସିରିଜ ଜିତି ନାହିଁ । ତେଣୁ ଭାରତ ଏଥର ବର୍ଡର ଗାଭାସ୍କର ସିରିଜ ଜିତିବା ଲକ୍ଷ୍ୟରେ ଖେଳୁଛି । ସେପଟେ ସିରିଜ ପରାଜୟ ବଞ୍ଚାଇବାକୁ ଜୋରଦାର ଉଦ୍ୟମ କରିବ ଘରୋଇ ଦଳ ।