ଆଜି ଟି-୨୦ ସିରିଜର ଶେଷ ମୁକାବିଲା: ଭାରତ-ଇଂଲଣ୍ଡ ହେବେ ମୁହାଁମୁହିଁ

t-20ନୁଆଦିଲ୍ଲୀ: ଆଜି ଭାରତ-ଇଂଲଣ୍ଡ ଟି-୨୦ ସିରିଜର ଶେଷ ମୁକାବିଲା। ବ୍ରିଷ୍ଟଲରେ ଏହି ମ୍ୟାଚ୍ ଖେଳାଯିବ। ଆଜି ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି। କାରଣ ତିନି ଟିକିଆ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ପ୍ରଥମ ମ୍ୟାଚ୍ ଟିମ୍ ଇଣ୍ଡିଆ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଜିତିଥିଲା ଇଂଲଣ୍ଡ। ତେଣୁ ଆଜିର ମ୍ୟାଚ୍ ଜିତି ଭାରତୀୟ ଦଳ କ୍ରମାଗତ ଷଷ୍ଠ ଟି-୨୦ ଆନ୍ତର୍ଜାତିକ ସିରିଜ୍ ଜିତିବା ଲକ୍ଷ୍ୟରେ ରହିଛି।

t-20ଶେଷ ଥର ପାଇଁ ଭାରତ ୨୦୧୭ ଜୁଲାଇରେ ଟି-୨୦ ସିରିଜ୍ ଜିତିଥିଲା। ଆଜିର ମ୍ୟାଚ୍ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆଜିର ମ୍ୟାଚରେ ଚୂଡାନ୍ତ ଏକାଦଶ ପରିବର୍ତ୍ତନର ସମ୍ଭାବନା କମ୍ ରହିଛି। ସେହିପରି ଇଂଲଣ୍ଡ ଦଳରେ ମଧ୍ୟ କୌଣସି ପରିବର୍ତ୍ତନ ହେବାର ନାହିଁ। ଆଜିର ମ୍ୟାଚରେ ଚୂଡାନ୍ତ ଏକାଦଶ ବଜାୟ ରହିବ ବୋଲି ଅଧିନାୟକ ଇଅନ୍ ମୋର୍ଗାନ କହିଛନ୍ତି ।

Leave A Reply

Your email address will not be published.