ଆଜି ଭାରତ- ଇଂଲଣ୍ଡ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍

cricketନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଭାରତ- ଇଂଲଣ୍ଡ ଟି-୨୦ ସିରିଜ୍। ଆଜି ମାଞ୍ଚେଷ୍ଟରରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଅଧିନାୟକ ବିରାଟ କୋହଲୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ। ନିକଟରେ ଆୟରଲାଣ୍ଡ ଠାରୁ ୨-୦ରେ ସିରିଜ୍ ଜିତିଥିବାରୁ ଭାରତର ମନୋବଳ ଦୃଢ ରହିଛି। ତେଣୁ ଆଜିର ମ୍ୟାଚ୍ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ଦଳ। ବିରାଟ କୋହଲୀଙ୍କ ବ୍ୟତୀତ ଶିଖର ଧାଓ୍ଵନ, ରୋହିତ ଶର୍ମା, ଲୋକେଶ ରାହୁଲ, ମନୀଷ ପାଣ୍ଡେ ଓ ମହେନ୍ଦ୍ର ସିଂହ ଧୋନୀ ବ୍ୟାଟିଂ ଲାଇନ୍ ସମ୍ଭାଳିବେ। ଅଲରାଉଣ୍ଡର ଦାୟିତ୍ୱ ସମ୍ଭାଳିବେ ସୁରେଶ ରୈନା ଓ ହାର୍ଦ୍ଦିକ ପାଣ୍ଡ୍ୟା। ଆହତ ଯୋଗୁ ବୁମରା ଓ ଓ୍ଵାଶିଂଟନ୍ ସୁନ୍ଦର ଆହତ ହୋଇଥିବାରୁ ସିରିଜରୁ ବାଦ୍ ପଡ଼ିଛନ୍ତି। ତେଣୁ ତାଙ୍କ ସ୍ଥାନରେ ଦୀପକ ଚହର ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରାଯାଇଛି। ନିକଟରେ ଇଂଲଣ୍ଡ ସବୁ ଫର୍ମାଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ତେଣୁ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ ଲକ୍ଷରେ ରହିଛି ଇଂଲଣ୍ଡ। ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ତିନିଟି ଟି-୨୦ ଓ ଦିନିକିଆ ପରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.