ଟ୍ବେଣ୍ଟି-୨୦ ସିରିଜ: ଶ୍ରୀଲଙ୍କା ବିପକ୍ଷରେ ସୁପର୍ ଓଭରରେ ବିଜୟୀ ହେଲା ଭାରତ

ସୁପର୍ ଓଭରରେ ବିଜୟ ସହ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ସିରିଜ ଜିତି ନେଇଛି ଭାରତ । ୩-୦ରେ କ୍ଲିନ ସ୍ବିପ୍ କରିଛି । ଉଭୟ ଦଳ ୧୩୭ ରନରେ ଅଟକିଯିବା ପରେ ମ୍ୟାଚ୍ ଟାଇ ରହିଥିଲା । କିନ୍ତୁ ସୁପର୍ ଓଭରରେ ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲ୍ ରେ ୨ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଜବାବରେ ମହିଶ ତିକ୍ଷଣାଙ୍କ ପ୍ରଥମ ବଲ୍ କୁ ଚୌକା ମାରି ଅଧିନାୟକ ସୂର୍ଯ୍ୟକୁମାର ୟାଦବ ଭାରତକୁ ବିଜୟୀ କରାଇଥିଲେ । ଏଥି ସହ ଶ୍ରୀଲଙ୍କା ଜିତୁ ଜିତୁ ମ୍ୟାଚ୍ ହାରିଥିବା ବେଳେ ଭାରତ ହାରୁ ହାରୁ ମ୍ୟାଚ୍ ଜିତିଯାଇଛି। ୱାସିଂଟନ ସୁନ୍ଦର ପ୍ଲେୟାର ଅଫ ଦ ମ୍ୟାଚ ଏବଂ ସୂର୍ଯ୍ୟକୁମାର ୟାଦବ ପ୍ଲେୟାର ଅଫ ଦ ସିରିଜ ବିବେଚିତ ହୋଇଛନ୍ତି । ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ୯ ୱିକେଟ ହରାଇ ୧୩୭ ରନ କରିଥିଲା । ଜବାବରେ ଶ୍ରୀଲଙ୍କା ୮ ୱିକେଟ ହରାଇ ସମାନ ରନ କରବାରୁ ସୁପର ଓଭର ଖେଳାଯାଇଥିଲା । ଭାରତୀୟ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟକୁମାର ଯୋଡ଼ିଙ୍କ ଏହା ପ୍ରଥମ ସିରିଜ ବିଜୟ ।