ଟି-ଟ୍ବେଣ୍ଟି: ବାଂଲାଦେଶକୁ ହରାଇ ୨-୦ରେ ସିରିଜ୍ ଜିତିଲା ଭାରତ

ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟି-ଟ୍ବେଣ୍ଟି ଜିତିଲା ସୂର୍ଯ୍ୟ କୁମାର ଯାଦବଙ୍କ ଟିମ୍ । ୮୬ ରନ୍ ରେ ଆଜିର ଟି-ଟ୍ବେଣ୍ଟିକୁ ଜିତି ବାଂଲାଦେଶ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ କବଜା କରିଛି ସୂର୍ଯ୍ୟ ବାହିନୀ । ଦିଲ୍ଲୀର କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆର ସମ୍ପୂର୍ଣ୍ଣ ଆଧିପତ୍ୟ ଦେଖିବାକୁ ମିଳିଥିଲା । ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ବାଂଲାଦେଶ ଦଳ ।

ଆଉ ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ବାଙ୍ଗଲା ଆଗରେ ୨୨୨ ରନ୍ ର ବୃହତ ଟାର୍ଗେଟ୍ ଫିକ୍ସ କରିଥିଲା । ଭାରତ ପକ୍ଷରୁ ନୀତୀଶ ରେଡ୍ଡିଙ୍କ ଧୂଆଁଧାର ୩୪ ବଲ୍ ରେ ୭୪ ରନ୍ ଓ ରିଙ୍କୁ ସିଂଙ୍କ ୨୯ ବଲ୍ ରେ ୫୩ ରନ୍ ର ଇନିଂସ ଦେଖିବାକୁ ମିଳିଥିଲା । ଯାହାର ଜବାବରେ ଭ୍ରମଣକାରୀ ଦଳ ୯ ୱିକେଟ ବିନିମୟରେ ୧୩୫ ରନ୍ କରିବାକୁ ସମର୍ଥ ହୋଇଥିଲା । ଗ୍ବାଲିୟରରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଥିଲା ଭାରତ । ଏହା ମଧ୍ୟରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଏହା ଭାରତର ତୃତୀୟ ଟି-ଟ୍ବେଣ୍ଟି ସିରିଜ ବିଜୟ ।