ଟି-୨୦: ଭାରତ ସହ ମୁକାବିଲା ପାଇଁ ପାକିସ୍ତାନ କଲା ନିଜ ଟିମ୍‌ ଘୋଷଣା, ପ୍ରତ୍ୟାବର୍ତ୍ତନ କଲେ ସୋଏବ ମଲିକ; ଏକ୍ସପର୍ଟଙ୍କ ମତ, କିଛି ବି ହୋଇପାରେ

ଟି-୨୦ ବିଶ୍ୱକପ୍‌ରେ ଭାରତ ସହ ହେବାକୁ ଥିବା ମହା ମୁକାବିଲା ପାଇଁ ପାକିସ୍ତାନ ନିଜ ଟିମ୍‌ ଘୋଷଣା କରି ଦେଇଛି। ୨୪ ଅକ୍ଟୋବର ଅର୍ଥାତ୍‌ ରବିବାର ସନ୍ଧ୍ୟା ୭ଟା ୩୦ରେ ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଦୁଇ ଟିମ୍‌ ମୁହାଁମୁହିଁ ହେବେ। ଏହାର ୨୪ ଘଣ୍ଟା ପୂର୍ବରୁ ପାକିସ୍ତାନ ନିଜର ୧୨ ଖେଳାଳିଙ୍କ ନାଁ ଘୋଷଣା କରିଛି, ଯେଉଁଥିରୁ ପ୍ଲେଇଙ୍ଗ୍‌-୧୧ ବଛା ହେବେ। ପାକିସ୍ତାନ ଟିମ୍‌ରେ ସୋଏବ ମଲିକ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଯିଏ ଘରୋଇ କ୍ରିକେଟ୍‌ରେ ବଢ଼ିଆ ପ୍ରଦର୍ଶନ କରି ଫେରିଛନ୍ତି। ଏଥି ସହିତ ମହମ୍ମଦ ହଫିଜ୍‌ଙ୍କ ଭଳି ସିନିୟର ଖେଳାଳି ମଧ୍ୟ ଟିମ୍‌ରେ ସାମିଲ ହୋଇଛନ୍ତି।

ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ପାକିସ୍ତାନ ଟିମ୍‌: ବାବର ଆଜମ୍‌ (ଅଧିନାୟକ), ମହମ୍ମଦ ରିଜଓ୍ଵାନ, ଫଖର ଜମାନ, ମହମ୍ମଦ ହଫିଜ୍‌, ସୋଏବ ମଲିକ, ଆସିଫ୍‌ ଅଲ୍ଲୀ, ଇମାଦ ଓ୍ଵାସୀମ୍‌, ଶାଦାବ୍‌ ଖାନ, ଶାହୀନ୍‌ ଆଫରିଦି, ହସନ ଅଲ୍ଲୀ, ହରୀସ୍‌ ରଉଫ୍‌, ହାଇଦର ଅଲ୍ଲୀ।

ଭାରତ ଓ ପାକିସ୍ତାନ ପାଇଁ ଏହି ଟି-୨୦ ମୁକାବିଲା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଦୁଇଟି ଯାକ ଟିମ୍‌ର ଟି-୨୦ ବିଶ୍ୱକପ୍‌ ୨୦୨୧ର ସୁପର-୧୨ ରାଉଣ୍ଡରେ ଏହା ପ୍ରଥମ ମ୍ୟାଚ୍‌। ଏମିତିରେ ଦୁଇଟି ଟିମ୍‌ ଚାହିଁବେ କି, ସେମାନଙ୍କ ପ୍ରାରମ୍ଭ ଭଲ ହେଉ। ଯଦି ରେକର୍ଡସ୍‌କୁ ଦେଖାଯାଏ, ତା’ହେଲେ ଏ ପର୍ଯ୍ୟନ୍ତ ଦୁଇଟି ଟିମ୍‌ ଟି-୨୦ ବିଶ୍ୱକପ୍‌ରେ ମୋଟ ୫ଟି ମ୍ୟାଚ୍‌ ଖେଳିଛନ୍ତି ଏବଂ ୫ଟି ଯାକରେ ହିଁ ଟିମ୍‌ ଇଣ୍ଡିଆ ଜିତିଛି। ଯଦିଓ ବର୍ତ୍ତମାନ ଏକ୍ସପର୍ଟମାନଙ୍କର କହିବା ହେଉଛି ଯେ ବଡ଼ ମୁକାବିଲାରେ କିଛି ବି ହୋଇ ପାରେ। କିନ୍ତୁ ଟିମ୍‌ ଇଣ୍ଡିଆର ପଲ୍ଲା ଏହି ମ୍ୟାଚ୍‌ରେ ଭାରୀ ରହିଛି। କହି ରଖୁଛୁ, ଟିମ୍‌ ଇଣ୍ଡିଆ ନିଜର ଦୁଇଟି ଓ୍ଵାର୍ମ ଅପ୍‌ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଏବଂ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ମଜଭୁତ ଟିମ୍‌କୁ ହରାଇ ଦେଇଛି।

ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ସ୍କ୍ଵାଡ୍‌: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଏଲ୍‌ ରାହୁଲ, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ (ଓ୍ଵିକେଟକିପର), ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚାହର, ରବିଚନ୍ଦ୍ରନ ଅଶ୍ୱିନ୍‌, ଶାର୍ଦୁଲ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଜସ୍‌ପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ମହମ୍ମଦ ଶାମୀ।

ରିଜର୍ଭ ପ୍ଲେୟାର: ଶ୍ରେୟର ଅୟର, ଦୀପକ ଚାହର, ଅକ୍ଷର ପଟେଲ।

ସୁପର-୧୨ରେ ଟିମ୍‌ ଇଣ୍ଡିଆର ସମସ୍ତ ମ୍ୟାଚ୍‌ର ତାଲିକା

• ୨୪ ଅକ୍ଟୋବର- ଭାରତ ବନାମ ପାକିସ୍ତାନ

• ୩୧ ଅକ୍ଟୋବର- ଭାରତ ବନାମ ନ୍ୟୁଜିଲାଣ୍ଡ

• ୩ ନଭେମ୍ବର- ଭାରତ ବନାମ ଆଫଗାନିସ୍ତାନ

• ୫ ନଭେମ୍ବର- ଭାରତ ବନାମ ସ୍କଟଲାଣ୍ଡ

• ୮ ନଭେମ୍ବର- ଭାରତ ବନାମ ନାମିବିୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.