କ୍ରୀଡା

ଟି-୨୦ ମହିଳା ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲ୍‌ : ଆଜି ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ ଭାରତ

ଆଜି ଟି-୨୦ ମହିଳା ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲ୍‌। ଫାଇନାଲରେ ସ୍ଥାନ ପକ୍କା କରିବାକୁ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ ହରମନପ୍ରୀତ କୌରଙ୍କ ଦଳ। ଗ୍ରୁପ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ତାର ସମସ୍ତ ୪ଟି ମ୍ୟାଚ ଜିତିଥିବା ବେଳେ ଭାରତ ୩ଟି ଜିତିଥିଲା ଏବଂ ଗୋଟିଏ ହାରିଥିଲା। ଟି-୨୦ ବିଶ୍ୱକପରେ ପଞ୍ଚମ ଥର ସେମି ଫାଇନାଲ ଖେଳିବ ଭାରତ। ସେଥିରୁ ଥରେ ମାତ୍ର ଫାଇନାଲରେ ପ୍ରବେଶ କରିଥିଲା ଭାରତୀୟ ମହିଳା ଦଳ। ୨୦୨୦ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିଥିଲା ଭାରତ। ତା ପରଠାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟ ୧୦ଟି ଟି-୨୦ ମୁକାବିଲା ହୋଇଛି। ସେଥିରୁ ଅଷ୍ଟ୍ରେଲିଆ ୮ଟି ଓ ଭାରତ ଗୋଟିଏ ଜିତିଛି। ଯାହା ଲାଗୁଛି ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ପଲ୍ଲା ଭାରୀ ରହିଛି।

ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ଭାରତୀୟ ମହିଳାଙ୍କୁ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିବାକୁ ପଡିବ। ସ୍ମୃତି ମନ୍ଧାନାଙ୍କ ଉପରେ ଭରସା ରହିଛି। ବିଶ୍ୱକପର ପ୍ରଥମ ମ୍ୟାଚ୍‌ ଖେଳିନଥିଲେ। ପରବର୍ତ୍ତୀ ତିନିଟି ମ୍ୟାଚରେ ମୋଟ ୧୪୯ରନ୍‌ କରିଛନ୍ତି। ଏହାସହ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ରିଚା ଘୋଷ। ଗତ ୪ଟି ମ୍ୟାଚରେ ସେ ମାତ୍ର ଥରେ ଆଉଟ୍‌ ହୋଇଛନ୍ତି। ୩ଟି ମ୍ୟାଚରେ ଅପରାଜୟ ଇନିଂସ ଖେଳିଛନ୍ତି। ଭାରତର ସଫଳ ବୋଲର ଅଛନ୍ତି ରେଣୁକା ସିଂ। ୭ଟି ୱିକେଟ୍‌ ନେଇଛନ୍ତି। ଭାରତ ପାଇଁ ଚିନ୍ତାର କାରଣ ଅଧିନାୟକ ହରମନପ୍ରୀତଙ୍କ ପ୍ରଦର୍ଶନ। ଚଳିତ ବିଶ୍ୱକପରେ ତାଙ୍କ ପ୍ରଦର୍ଶନ ଭଲ ରହି ନାହିଁ। ଏହାସହ ଭାରତୀୟ ସ୍ପିନର କମାଲ ଦେଖାଇ ପାରି ନାହାନ୍ତି। ବ୍ୟାଟିଂରେ ଭାରତୀୟ ଖେଳାଳି ବହୁ ସଂଖ୍ୟାରେ ଡଟ୍‌ ବଲ ଖେଳୁଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଇଂଲଣ୍ଡଠାରୁ ହାରିଥିଲା ଭାରତ। ସେହିମ୍ୟାଚରେ ଭାରତୀୟ ଖେଳାଳୀ ୫୧ଟି ଡଟ୍‌ ବଲ ଖେଳିଥିଲେ। ଆୟରଲାଣ୍ଡ ବିପକ୍ଷରେ ଖେଳିଥିଲେ ୪୧ଟି ଡଟ୍‌ ବଲ ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago