ଟି-ଟ୍ବେଣ୍ଟି ବିଶ୍ବକପ୍ : ପାକିସ୍ତାନକୁ ୫ ରନ୍ ରେ ହରାଇଲା ଆମେରିକା

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବଡ଼ ବିପର୍ଯ୍ୟୟ । ପାକିସ୍ତାନକୁ ହରାଇଲା ଆମେରିକା । ପାକିସ୍ତାନକୁ ୫ ରନ୍ ରେ ହରାଇଲା ଆମେରିକା। ସୁପର ଓଭରରେ ଏହି ନିର୍ଣ୍ଣୟ ହୋଇଛି। ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍ କରିଥିଲା ପାକିସ୍ତାନ। ଜବାବରେ ୩ ୱିକେଟ ହରାଇ ୧୫୯ ରନ୍ କଲା ଆମେରିକା। ସ୍କୋର ବରାବର ହେବାରୁ ସୁପରଓଭର ଜରିଆରେ ଫଇସଲା ହୋଇଥିଲା ମ୍ୟାଚ୍। ସୁପର ଓଭରରେ ୧୮ ରନ୍ ସ୍କୋର କରିଥିଲା ଆମେରିକା। ଜବାବରେ ମାତ୍ର ୧୩ ରନ୍ କରି ମ୍ୟାଚ ହାରିଲା ପାକିସ୍ତାନ। ଏହି ବିଜୟ ସହିତ ଆମେରିକା ୨ରୁ ୨ ବିଜୟ ସହ ମଧ୍ୟ ଗ୍ରୁପ୍‌ ଏ’ର ଶୀର୍ଷ ସ୍ଥାନ ଦଖଲ କରିଛି।

ଗତକାଲି ଆମେରିକାର ଗ୍ରାଣ୍ଡ୍ ପ୍ରାଏରୀ ଷ୍ଟାଡିୟମରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ୟୁଏସଏ । ବ୍ୟାଟିଂ ପାଇଁ ବାବର ଆଜମଙ୍କ ବାହିନୀକୁ ଆମନ୍ତ୍ରଣ କରିଥିଲା । ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ବାବର ପାଳି ସମ୍ଭାଳିଥିଲେ । ଶେଷ ଭାଗରେ ଇଫତିକାର ଅହମ୍ମଦ ଏବଂ ସାହିନ୍ ସାହା ଆଫ୍ରିଦି ପାକିସ୍ତାନକୁ ୧୫୯ ରନ୍‌ରେ ପହଞ୍ଚାଇଥିଲେ। ଅଧିନାୟକ ମୋନାଙ୍କ ପଟେଲ୍‌ ୩୪ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ନିର୍ଣ୍ଣାୟକ ହୋଇଥିଲା। ପଶ୍ଚାତଧାବନ ବେଳେ ଶେଷ ଓଭରରୁ ଆମେରିକାକୁ ୧୫ ରନ୍ ଆବଶ୍ୟକ ଥିବାବେଳେ ଘରୋଇ ଦଳ ୧୩ ରନ୍ କରିପାରିଥିଲା।

You might also like