ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି ମ୍ୟାଚରେ ଆମେରିକା ୭ ଓ୍ଵିକେଟରେ କାନାଡାକୁ ହରାଇଛି । ଆମେରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ତେଣୁ କାନାଡା ବ୍ୟାଟିଂ କରି ୩ ଓ୍ୱିକେଟରେ ୧୯୭ ରନ୍ କରି କାନାଡାକୁ ହରାଇଛି ଆମେରିକା । ଡାଲାସ ସହରର ଗ୍ରାଣ୍ଡ ପ୍ରାୟରି ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା ।
ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୯୪ ରନ୍ କରିବାରେ ସକ୍ଷମ ହୋଇଥିଲା । ୧୯୫ ରନ୍ର ଟାର୍ଗେଟ୍କୁ ପିଛା କରି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଆମେରିକା । ଓପନ୍ର ଷ୍ଟିଭେନ୍ ଟେଲର ୦ ରେ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ। କିନ୍ତୁ ଆରୋନ ଜୋନ୍ସ ଏବଂ ଆଣ୍ଡ୍ରିଆସ୍ ଗସଙ୍କ ଯୋଡି ଦମଦାର ପ୍ରଦର୍ଶନ କରିଥିଲା । ଦଳ ପାଇଁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ଜୋନ୍ସ ମାତ୍ର ୪୦ ବଲରେ ୯୪ ରନର ଅପରାଜିତ ଶତକ ହାସଲ କରିଥିଲେ । ୧୯୫ ରନର ଟାର୍ଗେଟ୍କୁ ପିଛା କରି ଦଳ ୧୯୭ ରନ୍ ହାସଲ କରିଥିଲା । ଆରନ୍ ଜୋନ୍ସ ମ୍ୟାନ୍ ଅଫ୍ ଦି ପ୍ଲେୟର୍ ହୋଇଛନ୍ତି ।
ସୂଚନାଯୋଗ୍ୟ, ଆଜିଠୁ ଆରମ୍ଭ ହୋଇଥିବା ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଆୟୋଜିତ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ ୨୯ଜୁନ୍ ପର୍ଯ୍ୟନ୍ତ ଖେଳାଯିବ। ଚଳିତ ବର୍ଷ ୨୦ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୫୫ ମ୍ୟାଚ୍ ଖେଳାଯିବ । ୯ଟି ଗ୍ରାଉଣ୍ଡରେ ବିଶ୍ୱକପ୍ ମ୍ୟାଚ୍ ଅନୁଷ୍ଠିତ ହେବ ।
୨୦୦୭ ଉଦଘାଟନୀ ସଂସ୍କରଣରେ ଟାଇଟଲ ହାତେଇଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହେବାକୁ ଲକ୍ଷ୍ୟ ରଖିଛି । ଏହା ମଧ୍ୟରେ ୧୭ ବର୍ଷ ବିତିଯାଇଛି । ଦଳ କେବଳ ୨୦୧୪ରେ ଫାଇନାଲ ଏବଂ ୨୦୧୬ରୁ ୨୦୨୨ ମଧ୍ୟରେ ସେମିଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଟାଇଟଲ ଜିତିପାରି ନାହିଁ ।