କ୍ରିକେଟ ପରେ ଫୁଟବଲ ବିଶ୍ୱକପ ବିଜେତା ପାଇଁ ପୁରସ୍କାର ରାଶି ଘୋଷଣା, ଫିଫା ଫୁଟବଲ ବିଶ୍ୱକପ ବିଜେତାଙ୍କୁ ମିଳିବ ୩୪୨ କୋଟି ଟଙ୍କା

ଖେଳ ଜଗତ ପାଇଁ ଆଗାମୀ ୪ ମାସ ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ଦୁଇ ସପ୍ତାହ ପରେ କ୍ରିକେଟରେ ଟି-୨୦ ବିଶ୍ୱକପ ପାଇର୍ ବିଗୁଲ ବାଜିବ। ଚଳିତଥର ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେଉଛି। ଏଥିପାଇଁ ସବୁ ଟିମ୍‌ ପ୍ରସ୍ତୁତ ରହିଛି। ଟି-୨୦ ବିଶ୍ୱକପ ଫାଇନାଲ ୧୩ ନଭେମ୍ବରକୁ ଖେଳାଯିବ। କ୍ରିକେଟ ବିଶ୍ୱକପ ଫାଇନାଲର ଗୋଟେ ସପ୍ତାହ ପରେ ଫୁଟବଲ୍‌ ବିଶ୍ୱକପ ମ୍ୟାଚ୍‌ ଆରମ୍ଭ ହେବ। ତେବେ କ୍ରିକେଟ ବିଶ୍ୱକପ୍‌ ଏବଂ ଫିଫା ଫୁଟବଲ ବିଶ୍ୱକପ୍‌ ଫାଇନାଲରେ କାହାକୁ କେତେ ପୁରସ୍କାର ମିଳିବ, ତାହା ମଧ୍ୟ ଘୋଷଣା କରାଯାଇଛି।

ତେବେ କ୍ରିକେଟ ଏବଂ ଫୁଟବଲ ବିଶ୍ୱକପ ବିଜେତାଙ୍କୁ କେତେ ପୁରସ୍କାର ରାଶି ମିଳିବ ତାହା ଜାଣିବାକୁ ଫ୍ୟାନ୍ସ ଉତ୍ସୁକ ରହିଛନ୍ତି। ଦୁଇଟି ବିଶ୍ୱକପ ପୁରସ୍କାର ରାଶି ମଧ୍ୟରେ ୨୬ ଗୁଣା ଫରକ ରହିଥାଏ। ଅର୍ଥାତ୍‌ ଟି-୨୦ ବିଶ୍ୱକପ ବିଜେତାଙ୍କୁ ଯେତିକି ପୁରସ୍କାର ରାଶି ମିଳିବ, ତା’ ଠାରୁ ୨୬ ଗୁଣା ଅଧିକ ପୁରସ୍କାର ରାଶି ଫିଫା ବିଶ୍ୱକପ ବିଜେତା ଟିମକୁ ମିଳିବ।

ଆଇସିସି ପକ୍ଷରୁ କ୍ରିକେଟ ବିଶ୍ୱକପ ପାଇଁ ପୁରସ୍କାର ଘୋଷଣା ହୋଇସାରିଛି। ଏଥର ବିଶ୍ୱକପ ବିଜେତା ଟିମକୁ କୋଟି କୋଟି ଟଙ୍କା ପୁରସ୍କାର ମିଳିବ। ଆଇସିସି ଟ୍ଵିଟ୍‌ କରି ପୁରସ୍କାର ରାଶି ବିଷୟରେ ଜଣାଇଛି। ଚଳିତ ବର୍ଷ ଟି-୨୦ ବିଶ୍ଵକପ୍ ପାଇଁ ମୋଟ୍ ୫.୬ ମିଲିୟନ ଡଲାରର ପୁରସ୍କାର ରାଶି ରଖାଯାଇଛି। ଭାରତୀୟ ମୁଦ୍ରା ହିସାବରେ ଏହି ରାଶି ପ୍ରାୟ ୪୫.୬୭ କୋଟି ଟଙ୍କା ହେବ। ଏଥିରେ ବିଜେତାଙ୍କୁ ସର୍ବାଧିକ ୧.୬ ମିଲିୟନ ଅର୍ଥାତ ୧୩ କୋଟି ଟଙ୍କା ମିଳିବ। ଫାଇନାଲରେ ହାରିବା ଟିମକୁ ପାଖାପାଖି ୬.୫ କୋଟି ଟଙ୍କା ଦିଆଯିବ। ସେହିପରି ସେମିଫାଇନାଲରେ ହାରିବା ଟିମକୁ ୩.୨୬ କୋଟି ଟଙ୍କା ମିଳିବ। ଅନ୍ୟପଟେ ସୁପର ୧୨ରୁ ବାଦ୍ ପଡିବାକୁ ଥିବା ୮ ଦଳକୁ ୭୦ ହଜାର ଲେଖାଏଁ ଆମେରିକୀୟ ଡଲାର ଅର୍ଥାତ୍‌ ୫୭ ଲକ୍ଷ ଟଙ୍କା ଦିଆଯିବ। ଆଉ ଯେଉଁମାନେ ଜିତିବେ ସେମାନଙ୍କୁ ୩୨ ଲକ୍ଷ ଟଙ୍କା ମିଳିବ। ଫାଷ୍ଟ ରାଉଣ୍ଡରେ ଜିତିବା ଏବଂ ବାଦ୍‌ ପଡିବା ଟିମକୁ ୩୨-୩୨ ଟଙ୍କା ପୁରସ୍କାର ରାଶି ମିଳିବ।

କାହାକୁ କେତେ ମିଳିବ ଟଙ୍କା :

ଆଇସିସି ଟି-୨୦ ବିଶ୍ୱକପ ବିଜେତା ଟିମ୍‌କୁ ୧୩ କୋଟି ଟଙ୍କା ମିଳିବ।

ଫିଫା ବିଶ୍ୱକପ ବିଜେତାଙ୍କୁ ପାଖାପାଖି ୩୪୨ କୋଟି ଟଙ୍କା ମିଳିବ।

ଫିଫା ବିଶ୍ୱକପ :

ଫିଫା ବିଶ୍ୱକପର ଆୟୋଜନ କତାରରେ ହେବ। ଏଥିପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ଫିଫା ବିଶ୍ୱକପରେ ୪୪୦ ମିଲିଅନ ଡଲାର ଅର୍ଥାତ୍‌ ୩୫୮୫ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଫିଫା ବିଶ୍ୱକପ ବିଜେତା ଟିମକୁ ୪୨ ମିଲିଅନ ଡଲାର ଅର୍ଥାତ୍‌ ୩୪୨ କୋଟି ଟଙ୍କା ମିଳିବ। ୨୦୧୮ ବିଶ୍ୱକପ ଠାରୁ ଏହା ୪ ମିଲିଅନ ଡଲାର ଅଧିକ।

Also Read : ଟି-୨୦ ବିଶ୍ୱକପ୍‌ ୨୦୨୨ ପାଇଁ ପୁରସ୍କାର ରାଶି ଘୋଷଣା କଲା ଆଇସିସି, ପ୍ରତ୍ୟେକ ଟିମ୍‌ ଉପରେ ହେବ ଟଙ୍କା ବର୍ଷା

Leave A Reply

Your email address will not be published.