ଟି-20 ବିଶ୍ବକପ୍: ସୁପର୍-୮ରେ ଭାରତର ଦମଦାର ବିଜୟ, ୪୭ ରନରେ ଆଫଗାନିସ୍ତାନ ପରାସ୍ତ

ଟି-20 ବିଶ୍ବକପ୍ ସୁପର୍-8 ରାଉଣ୍ଡର ପ୍ରଥମ ମ୍ୟାଚ୍ ରେ ଟିମ୍ ଇଣ୍ଡିଆର ବିଜୟ । ଦଳ ଆଫଗାନିସ୍ତାନକୁ ୪୭ ରନ୍ ରେ ପରାସ୍ତ କରିଛି । ୧୮୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଆଫଗାନିସ୍ତାନ ୧୩୪ ରନ୍ ରେ ଅଲ୍ଆଉଟ୍ ହୋଇଛି ।  ବାରବାଡୋସ୍ ରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ବିନିମୟରେ ୧୮୧ ରନ୍ କରିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ଘାତକ ବୋଲିଂ। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୨୮ଟି ବଲ୍ ରୁ ସର୍ବାଧିକ ୫୩ ରନ୍ କରିଥିଲେ ।

ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୩୨, ବିରାଟ କୋହଲି ୨୪ ଓ ଋଷବ ପନ୍ତ ୨୦ ରନ୍ କରିଥିଲେ । ଜବାବରେ ଆଫଗାନିସ୍ତାନ ନିୟମିତ ବ୍ୟବଧାନରେ ୱିକେଟ ହରାଇ ୨୦ ଓଭରରେ ୧୩୪ ରନ୍ କରିବାକୁ ସମର୍ଥ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରିତ ବୁମରା ଓ ଅର୍ଶଦୀପ ସିଂହ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୨ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.