ଭାରତର ଦମଦାର ବିଜୟ: ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଟିମ୍ ଇଣ୍ଡିଆ

ଟି-20 ବିଶ୍ବକପ୍ ସେମିଫାଇନାଲରେ ଭାରତ । ଗତକାଲି ଖେଳାଯାଇଥିବା ସୁପର ୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ୨୪ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଭାରତର ୨୦୬ ରନ ଟାର୍ଗେଟକୁ ପିଛା କରୁଥିବା କଙ୍ଗାରୁ ଟିମ ୭ ୱିକେଟ ହରାଇ ୧୮୧ ରନ କରିପାରିଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି ଓ କୁଲଦୀପ ଯାଦବ ୨ ୱିକେଟ ନେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭେସ ହେଡ ସର୍ବାଧିକ ୭୪ ରନ କରିଥିଲେ।
ପୂର୍ବରୁ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୫ ୱିକେଟ ହରାଇ ୨୦୫ ରନ କରିଥିଲା । କୌଣସି ରନ୍ ନକରି ବିରାଟ କୋହଲି ହାଜେଲଉଡ୍ ଙ୍କ ବଲ୍ ରେ ଆଉଟ୍ ହେୱା ପରେ ପାରି ସମ୍ଭାଳିଥିଲେ ରୋହିତ ଶର୍ମା ଓ ଋଷବ ପନ୍ତ। ମାତ୍ର ୧୯ ବଲ୍ ରେଅର୍ଦ୍ଧଶତକ ହାସଲ କରିଥିବା ରୋହିତ ମାତ୍ର ୮ ରନ୍ ପାଇଁ ଶତକରୁ ବଞ୍ଚିତ ରହିଥିଲେ। ଦଳୀୟ ସ୍କୋର ୧୨୭ ଓ ନିଜସ୍ବ ସ୍କୋର ୯୨ ରନ୍ ବେଳେ ଷ୍ଟାର୍କଙ୍କ ବଲ୍ ରେ ସେ ବୋଲ୍ଡ ହୋଇଥିଲେ। ନିଜ ଇଂନିସରେ ମୋଟ୍ ୪୧ଟି ବଲ୍ ଖେଳି ୮ଟି ଛକ୍କା ଓ ୭ଟି ଚୌକା ମାରିଥିଲେ ରୋହିତ। ସୂର୍ଯ୍ୟକୁମାର ଯାଦବ ୩୧ ରନ୍ କରିଥିବା ବେଳେ ଶିବମ ଦୁବେ ୨୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୭ ରନ୍ କରିଥିଲେ । ଗୁରୁବାର ସେମିରେ ଇଂଲଣ୍ଡକୁ ଭେଟିବ ଟିମ ଇଣ୍ଡିଆ ।