କବାଡି ମ୍ୟାଚରେ ଉଡିଲା ଚେୟାର, ମାରପିଟ୍ ହେଲେ ଖେଳାଳି : ଭିଡିଓ ଭାଇରଲ

କବାଡି ମ୍ୟାଚରେ ଖେଳାଳିଙ୍କୁ ଆକ୍ରମଣ । ପଞ୍ଜାବର ଭଟିଣ୍ଡାରେ ଏକ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ତାମିଲନାଡୁର କବାଡି ଖେଳାଳିମାନେ ଆକ୍ରମଣର ଶିକାର ହୋଇଛନ୍ତି । ତାମିଲନାଡୁ ଏବଂ ବିହାରର ମହିଳା କବାଡି ଖେଳାଳିଙ୍କ ମଧ୍ୟରେ ଝଗଡା ହୋଇଥିଲା । ଖେଳାଳିମାନେ ମ୍ୟାଚ୍ ରେଫରୀଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେବା ପରେ ଝଗଡ଼ା ଆରମ୍ଭ ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ତାମିଲନାଡୁର ମଦର ଟେରେସା ବିଶ୍ୱବିଦ୍ୟାଳୟ, ପେରିୟାର ବିଶ୍ୱବିଦ୍ୟାଳୟ, ଆଲାଗପ୍ପା ବିଶ୍ୱବିଦ୍ୟାଳୟ ଏବଂ ଭାରତିଆର ବିଶ୍ୱବିଦ୍ୟାଳୟ ଭଳି ବିଭିନ୍ନ ବିଶ୍ୱବିଦ୍ୟାଳୟର ଖେଳାଳିମାନେ ଉତ୍ତର ଜୋନ୍ ଆନ୍ତଃବିଶ୍ୱବିଦ୍ୟାଳୟ ଏବଂ ଅଲ୍ ଇଣ୍ଡିଆ ଆନ୍ତଃବିଶ୍ୱବିଦ୍ୟାଳୟ କବାଡି (ମହିଳା) ଚାମ୍ପିଅନସିପ୍ ୨୦୨୪-୨୫ ରେ ଅଂଶଗ୍ରହଣ କରୁଥିଲେ ।

ତାମିଲନାଡୁର ମଦର ଟେରେସା ବିଶ୍ବବିଦ୍ୟାଳୟର ଖେଳାଳିମାନେ ମ୍ୟାଚ୍ ରେଫରୀଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେବା ପରେ ଝଗଡ଼ା ଆରମ୍ଭ ହୋଇଥିଲା । ତାମିଲନାଡୁର ମଦର ଟେରେସା ବିଶ୍ବବିଦ୍ୟାଳୟର ଖେଳାଳିମାନଙ୍କୁ ପ୍ରଥମେ ପ୍ରତିଦ୍ୱନ୍ଦ୍ୱୀ ଦଳର ଖେଳାଳିମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦରଭଙ୍ଗା ବିଶ୍ୱବିଦ୍ୟାଳୟ ସହିତ ଖେଳ ସମୟରେ ମଦର ଟେରେସା ବିଶ୍ୱବିଦ୍ୟାଳୟର ଝଗଡ଼ା ହୋଇଥିଲା । ଯୁକ୍ତିତର୍କ ହେବା ପରେ କବାଡି ମ୍ୟାଚ୍ ର ରେଫରି ମଦର ଟେରେସା ଦଳର ଜଣେ ସଦସ୍ୟଙ୍କୁ ଆକ୍ରମଣ କରିଥିଲେ । ଫଳରେ ଦୁଇ ଟିମ ଭିତରେ ମାରପିଟ ହୋଇଥିଲା ।

ଏହାରି ମଧ୍ୟରେ ଦରଭଙ୍ଗା ବିଶ୍ବବିଦ୍ୟାଳୟର ସମର୍ଥକ ମଧ୍ୟ ବିବାଦକୁ ବଢାଇ ଦେଇଥିଲେ । ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଦୁଇଟି ଟିମର ସମର୍ଥକ ପରସ୍ପର ଉପରକୁ ଚେୟାର ଏବଂ ଟେବୁଲ ପକାଉଥିବା ନଜର ଆସିଛନ୍ତି । ଭିଡିଓରେ କିଛି ପୁରୁଷ ଦେଖିବାକୁ ମିଳିଛନ୍ତି । ହେଲେ ସେ ସମର୍ଥକ କିମ୍ବା ଟିମର ଅଧିକାରୀ ତାହା ଜଣାପଡିନାହିଁ ।

ଏହି ଘଟଣାକୁ ନେଇ ତାମିଲନାଡୁର ଉପ ମୁଖ୍ୟମନ୍ତ୍ରୀ ତଥା ଖେଳମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି, ଖେଳାଳିଙ୍କୁ ସାମାନ୍ୟ ଆଘାତ ଲାଗିଛି । ମ୍ୟାଚ ସମୟରେ ରେଫରୀଙ୍କ ମାର୍କକୁ ନେଇ ବିବାଦ ଲାଗିଥିଲା । ଏହା ଏକ ଛୋଟ ଘଟଣା । ଖେଳାଳିଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି । ସେମାନେ ଏବେ ଦିଲ୍ଲୀରେ ରହିବେ । ଏହାପରେ ଚଣ୍ଡୀଗଢ ଯିବେ ।

Also Read : କିଟ୍ ୟୁନିଭର୍ସିଟିର ବାଜିମାତ, 15’s କାଟାଗୋରୀରେ ଚାମ୍ପିଅନ ହେଲା କିଟ୍

You might also like