୩୪ ଚଉକା ଏବଂ ୨୬ ଛକା.. ୩୬୬ ରନ୍, ଗୋଟିଏ ଦିନରେ ଅନେକ ରେକର୍ଡ ଭାଙ୍ଗିଲେ ତନ୍ମୟ ଅଗ୍ରୱାଲ
କ୍ରିକେଟ ଇତିହାସରେ ଏମିତି ଅନେକ ରେକର୍ଡ ରହିଛି, ଯାହାକୁ ଭାଙ୍ଗିବା ବହୁତ କଷ୍ଟକର । ବ୍ରାଏନ ଲାରାଙ୍କ ଅପରାଜିତ ୪୦୦ ହେଉ କି ମୁଥୈୟା ମୁରଲୀଧରନଙ୍କ ୮୦୦ ୱିକେଟ କିମ୍ବା ସଚିନ ତେନ୍ଦୁଲକରଙ୍କ ୧୫,୯୨୧ ଟେଷ୍ଟ ରନ୍ ରେକର୍ଡକୁ ଭାଙ୍ଗିବା ବହୁତ ମୁସ୍କିଲ । ଭାରତ ପାଇଁ ଟେଷ୍ଟରେ ବୀରେନ୍ଦ୍ର ସେହ୍ବାଗ ଏବଂ କରୁଣ ନାୟର ୩ୟ ଶତକ ମାରିଛନ୍ତି । ସେହ୍ବାଗ ୨ ଥର ଏଭଳି କରିଥିବା ବେଳେ ପ୍ରଥମ ଶ୍ରେଣୀ କ୍ରିକେଟରେ ଅନେକ ଖେଳାଳି ୩୦୦ରୁ ଅଧିକ ରନ୍ ପାର କରିଛନ୍ତି । କିନ୍ତୁ ପ୍ରଥମ ଶ୍ରେଣୀ କ୍ରିକେଟରେ ସବୁଠାରୁ ଦ୍ରୁତ ୩ୟ ଶତକ ମାରିବାରେ ରେଡର୍କ କରିଛନ୍ତି ତନ୍ମୟ ଅଗ୍ରୱାଲ ।
ହାଇଦ୍ରାବାଦର ବ୍ୟାଟର ତନ୍ମୟ ଅଗ୍ରୱାଲ ଏଭଳି ମାରାଥନ ଇନିଂସ ଖେଳିଛନ୍ତି । ସେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୩୬୬ ରନ୍ ଇନିଂସ ଖେଳିଛନ୍ତି । ତନ୍ମୟ ୧୪୭ ବଲରେ ୩ୟ ଶତକ ମାରିଛନ୍ତି । ଭାରତ ନୁହଁ ବରଂ ଦୁନିଆରେ ପ୍ରଥମ ଶ୍ରେଣୀ କ୍ରିକେଟରେ ସବୁଠାରୁ ଦ୍ରୁତ ୩ୟ ଶତକ ମାରିଥିବା ଖେଳାଳି । ସେ ମାର୍କୋ ମରାଇସକୁ ପଛରେ ପକାଇଛନ୍ତି । ମାର୍କୋ ୨୦୧୭ରେ ବର୍ଡର ଟିମ ପାଇଁ ଇଷ୍ଟର୍ନ ପ୍ରୋଭିନ୍ସ ବିପକ୍ଷରେ ୧୯୧ ବଲରେ ୩ୟ ଶତକ ମାରିଛନ୍ତି ।
ତନ୍ମୟ ଭାରତ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରଥମ ଦିନରେ ସବୁଠାରୁ ଅଧିକ ରନ କରିଥିବା ମାମଲାରେ ବୀରେନ୍ଦ୍ର ସେହ୍ବାଗଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେହ୍ବାଗ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ମୁମ୍ବାଇରେ ଦ୍ବିତୀୟ ଦିନରେ ୨୮୪ ରନ୍ କରିଥିଲେ । କିନ୍ତୁ ତନ୍ମୟ ପ୍ରଥମ ଶ୍ରେଣୀ କ୍ରିକେଟରେ ଗୋଟିଏ ଦିନରେ ୩୦୦କିମ୍ବା ତା’ ଠାରୁ ଅଧିକ ରନ କରିବାର ପ୍ରଥମ ଭାରତୀୟ ଖେଳାଳି ।
ତନ୍ମୟ ଅରୁଣାଚଳ ବିପକ୍ଷରେ ୧୮୧ ବଲ ସାମ୍ବା କରିଥିଲେ । ସେ ୩୪ ଚଉକା ଏବଂ ୨୬ ଛକା ସହାୟତାରେ ୩୬୬ ରନ୍ କରିଛନ୍ତି । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୦୨.୨୦ ଷ୍ଟ୍ରାଇକ ରେଟରେ ରନ କରିଛନ୍ତି ।