େଓ୍ଵଲିଂଟନ୍ : ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଘରୋଇ ନ୍ୟୁଜିଲାଣ୍ଡକୁ ୨୫୩ ରନ୍ର ଟାର୍ଗେଟ୍ ଦେଇଛି ଭାରତୀୟ ଦଳ । ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତୀୟ ଦଳ ୪୯.୫ ଓଭରରେ ୨୫୨ ରନ୍ କରି ଅଲ୍ଆଉଟ୍ ହୋଇ ଯାଇଥିଲା । ୨୦୧୫ ପରେ ପ୍ରଥମଥର ଲାଗି ଟିମ୍ ଇଣ୍ଡିଆ ଲଗାତର ଦୁଇଟି ମ୍ୟାଚ୍ରେ ଅଲଆଉଟ୍ ହୋଇଛି । ଚତୁର୍ଥ ଦିନିକିଆରେ ନ୍ୟିଜିଲାଣ୍ଡ ବୋଲର୍ ଭାରତକୁ ମାତ୍ର ୯୨ ରନ୍ରେ ଅଲ୍ଆଉଟ୍ କରି ଦେଇଥିଲେ ।
ଭାରତ ମାତ୍ର ୧୮ ରନ୍ କରି ତାର ପ୍ରମୁଖ ୪ଟି ଓ୍ଵିକେଟ୍ ହରାଇଥିଲା । ତେବେ ଏହା ପରେ ଅମ୍ବାତି ରାୟୁଡୁ ଏବଂ ବିଜୟ ଶଙ୍କର ୫ମ ଓ୍ଵିକେଟ୍ରେ ୯୮ ରନ୍ ଯୋଡ଼ି ଦଳକୁ ସଂକଟରୁ ରକ୍ଷା କରିଥିଲେ । ସେହିଭଳି ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛକା, ଚୌକା ବର୍ଷା ଯୋଗୁଁ ଦଳ ୨୫୦ ରନ୍ରେ ପହଞ୍ଚି ପାରିଥିଲା । ରାୟୁଡୁ ୧୧୩ ବଲ୍ ଖେଳି ୯୦ ରନ୍ (୮ ଚୌକା ଓ ୪ ଛକା), ବିଜୟ ୬୪ ବଲ୍ରୁ ୪୫ (୪ ଚୌକା), କେଦାର ଯାଦବ ୩୪ (୪୫ ବଲ୍, ୩ ଚୌକା) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୨୨ ବଲ୍ରୁ ଜୋର ୪୫ ରନ୍ (୨ ଚୌକା, ୫ ଛକା) କରିଥିଲେ । ପାଣ୍ଡ୍ୟା ତାଙ୍କ ଇନିଂସ୍ରେ ହ୍ୟାଟ୍ରିକ୍ ଛକା ମାରିଥିଲେ ।
ଆଜି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ପୁଣି ଟ୍ରେଣ୍ଟ ବୋଲ୍ଟ ଓ ମ୍ୟାଟ୍ ହେନରୀ ହଇରାଣ କରିଥିଲେ । ହେନରୀ ୪ଟି ଓ ବୋଲ୍ଟ ୩ଟି ଓ୍ଵିକେଟ୍ ଦଖଲ କରିଥିଲେ ।
ସ୍କୋର : ଭାରତ-୨୫୨/୧୦, ୪୯.୫ ଓଭର (ରୋହିତ ୨, ଶିଖର ୬, ଶୁଭମାନ ଗିଲ୍ ୭, ରାୟୁଡୁ ୯୦, ବିଜୟ ଶଙ୍କର ୪୫, କେଦାର ଯାଦବ ୩୪, ପାଣ୍ଡ୍ୟା ୪୫ । ମ୍ୟାଟ୍ ହେନରୀ ୧୦-୧-୩୫-୪, ଟ୍ରେଣ୍ଟ ବୋଲ୍ଟ ୯.୫-୨-୩୯-୩) ।
ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…
ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…
ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…
କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…
ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍ ଜନସନ୍ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…
ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…