ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ ଶୀର୍ଷରେ ଭାରତୀୟ ଦଳ ଓ ବିରାଟ

ଦୁବାଇ : ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗରେ ଉଭୟ ଭାରତୀୟ ଦଳ ଓ ଏହାର ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍‌ ଜିତିବା ପରେ ଭାରତୀୟ ଦଳ ବିଶ୍ୱ ମାନ୍ୟତାରେ ସର୍ବାଧିକ ୧୧୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ସେହିପରି ବିରାଟ ୯୨୨ ପଏଣ୍ଟ ସହିତ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ତାଲିକାର ଏକନମ୍ବର ସ୍ଥାନରେ ରହିଛନ୍ତି ।

VIRAT

ବିରାଟଙ୍କ ପଛକୁ ବହୁତ ଦୂରରେ ଅଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ । ସେ ୮୯୭ ପଏଣ୍ଟ ସହ ବିରାଟଙ୍କ ଠାରୁ ୨୫ ପଏଣ୍ଟ ପଛରେ ଅଛନ୍ତି । ତାଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି ଆଉ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ । ସେ ହେଉଛନ୍ତି ଚେତେଶ୍ୱର ପୂଜାରା ।
ବୋଲିଂରେ ରାବଡ଼ା ପ୍ରଥମ ସ୍ଥାନ ଦଖଲ କରିଛନ୍ତି ।