ସାଉଥ ଆଫ୍ରିକା ଦିନିକିଆ ସିରିଜ ପାଇଁ ଟିମ୍ ଘୋଷଣା କଲା ଇଣ୍ଡିଆ: ରୋହିତ ଆଉଟ୍, ଶିଖର ଇନ

ସାଉଥ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି। ଆହତ କାରଣରୁ ରୋହିତ ଶର୍ମା ପୁରା ସିରିଜ୍ରୁ ବାଦ୍ ପଡିଛନ୍ତି । ନୂଆ ଦିନିକିଆ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ବାଦ ପଡିବା ଯୋଗୁଁ ତାଙ୍କ ସ୍ଥାନରେ ଲୋକେସ ରାହୁଲ ଅଧିନାୟକ ଭାର ସମ୍ଭାଳିବେ । ଯଶପ୍ରୀତ ବୁମରାହଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଟି-୨୦ ଏବଂ ଦିନିିକିଆ ସିରିଜିରୁ ଟିମ୍ରୁ ବାହାର ଥିବା ଶିଖର ଧଓ୍ଵନ ଦିନିକିଆ ଟିମ୍ରେ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ ଶ୍ରୀଲଙ୍କା ଗସ୍ତର ଥିବା ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ।
ଦୀର୍ଘ ସମୟ ବ୍ୟବଧାନରେ ଦଳରେ ରବିଚନ୍ଦ୍ରନ ଅଶ୍ବିନଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଅଶ୍ବିନ ନିଜର ଜଲଓ୍ବା ଦେଖାଇଥିଲେ । ଏହା ସହିତ ଟେଷ୍ଟରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିୁଛନ୍ତି ।
ବିସିସିଆଇର ସିନିଅର ଚୟନସମିତିର ଅଧ୍ୟକ୍ଷ ଚେତନ ଶର୍ମା ବୋର୍ଡର ଫେସବୁକ ପେଜରେ ଲାଇଭ ପ୍ରେସ କନଫରେନ୍ସ କରି ଟିମ୍ ଘୋଷଣା କରିଥିଲେ। ଭାରତୀୟ ଟିମ୍ ଜାନୁଆରୀ ୧୯ରୁ ୩ଟି ଦିନିକିଆ ମ୍ୟାଚ ଖେଳିବ। ସିରିଜ ପୂର୍ବରୁ ଦୁଇଟି ଦିନିକିଆ ପର୍ଲରେ ଖେଳାଯିବ।
TEAM : KL Rahul (Capt), Shikhar Dhawan, Ruturaj Gaekwad, Virat Kohli, Surya Kumar Yadav, Shreyas Iyer, Venkatesh Iyer, Rishabh Pant (wk), Ishan Kishan (wk), Y Chahal, R Ashwin, W Sundar, J Bumrah (VC), Bhuvneshwar Kumar,Deepak Chahar, Prasidh Krishna, Shardul Thakur, Mohd. Siraj
— BCCI (@BCCI) December 31, 2021
ଭାରତୀୟ ଦଳ : ଲୋକେସ୍ ରାହୁଲ (ଅଧିନାୟକ), ଶିଖର ଧୱନ, ଋତୁରାଜ ଗାଏକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ ଆୟର, ଋଷଭ ପନ୍ତ, ଇଶାନ କିଶନ, ୟୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ, ଓ୍ବାଶିଂଟନ ସୁନ୍ଦର, ଜଶପ୍ରୀତ ବୁମରାହ (ଉପଅଧିନାୟକ), ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରୀଷ୍ଣା, ଶାର୍ଦ୍ଦୁଳ ଠାକୁର ଏବଂ ମହମ୍ମଦ ସିରାଜ ।