ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ, କେଏଲ୍‌ ରାହୁଲ ହେଲେ ଅଧିନାୟକ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ ଖେଳାଯିବ। ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ବିସିସିଆଇ ଟିମ୍‌ ଘୋଷଣା କରିସାରିଛି। ଏଥିରେ ଟିମର ଅଧିନାୟକ ଦାୟିତ୍ୱ କେଏଲ ରାହୁଲଙ୍କୁ ଦିଆଯାଇଛି। T20 ସିରିଜରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ । ଟିମକୁ ଫେରିଛନ୍ତି ଦୀନେଶ କାର୍ତ୍ତିକ ।

ବିସିସିଆଇ ସିଲେକ୍ସନ କମିଟି ଯୁବ ଖେଳାଳିଙ୍କ ପ୍ରତି ଟି-୨୦ ସିରିଜ ପାଇଁ ବିଶେଷ ଧ୍ୟାନ ଦେଇଛି। ଋତୁରାଜ ଗାଏକ୍ୱାର୍ଡ, ଇଶାନ୍ କିଶନ, ଦୀପକ ହୁଡ୍ଡା, ଋଷଭ ପନ୍ଥ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ ଟିମରେ ସାମିଲ୍ । ଆର୍ ବିଷ୍ଣୋୟୀ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲଙ୍କୁ ଟିମରେ ସ୍ଥାନ ମିଳିଛି । ଆଭେସ ଖାନ୍, ଅର୍ଶଦୀପ ସିଂ, ଉମ୍ରାନ୍ ମଲ୍ଲିକ ନୂଆମୁହଁ ।

team india
PC: SportAmaze

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ ତାରିଖରୁ ଟି-୨୦ ସିରିଜ ଖେଳାଯିବ। ଏହାର ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ୧୨ ଜୁନରେ କଟକରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚ ୧୪ ଜୁନ ଏବଂ ୪ର୍ଥ ମ୍ୟାଚ ୧୭ ଜୁନକୁ ଖେଳାଯିବ। ଏହି ସିରିଜର ଶେଷ ମ୍ୟାଚ ଜୁନ ୧୯ ତାରିଖ ବାଙ୍ଗାଲୋରରେ ଆୟୋଜିତ ହେବ। ଏହାପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବ।

ଭାରତୀୟ ଟି-୨୦ ଟିମ୍‌ : କେଏଲ ରାହୁଲ (ଅଧିନାୟକ), ଋତୁରାଜ ଗାଏକ୍ୱାର୍ଡ, ଇଶାନ୍ କିଶନ, ଦୀପକ ହୁଡା, ଋଷଭ ପନ୍ଥ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆର୍ ବିଷ୍ଣୋୟୀ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆଭେସ ଖାନ୍, ଅର୍ଶଦୀପ ସିଂ, ଉମ୍ରାନ୍ ମଲ୍ଲିକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.