ଓ୍ଵିମ୍ବଲଡନ ଦେଖିବା ପାଇଁ ନୂଆ ଲୁକରେ ପହଞ୍ଚିଲେ ରୋହିତ ଶର୍ମା, ପଛରେ ପଡିଯିବେ ବଲିଉଡ ସେଲିବ୍ରିଟି

ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଟିମ୍‌ ଅଧିନାୟକ ରୋହିତ ଶର୍ମା ଓ୍ଵିମ୍ବଲଡନ ଦେଖିବା ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି । ଆଉ ରୋହିତଙ୍କ ଷ୍ଟାଇଲ ଦେଖି ସମସ୍ତଙ୍କ ହୋସ ଉଡିଯାଇଛି । ନୂଆ ଲୁକ୍‌ ସହିତ ନୂଆ ଷ୍ଟାଇଲରେ ରୋହିତଙ୍କୁ ଦେଖି ଅନେକ ଦିଓ୍ଵାନା ହୋଇଛନ୍ତି ।

ରୋହିତ ଲଣ୍ଡନରେ ଓ୍ଵିମ୍ବଲଡନରେ ମେନ୍ସ ସିଙ୍ଗଲ ସେମି ଫାଇନାଲ ମ୍ୟାଚ ଦେଖିବାକୁ ପାଇଁ ଯାଇଛନ୍ତି । ଏହି ସମୟରେ ରୋହିତ ସୁଟ୍‌ ପିନ୍ଧିବା ସହିତ କଳା ଚଷମା ଲଗାଇ ଯାଇଛନ୍ତି । ରୋହିତଙ୍କ ଏଭଳି ଲୁକ୍‌ ଦେଖି ଯୁବତୀ ପାଗଳ ହୋଇଛନ୍ତି । ରୋହିତଙ୍କ ଲୁକରେ ବଲିଉଡ ସେଲିବ୍ରିଟି ମଧ୍ୟ ପଛରେ ପଡିଯିବେ ।

ଓ୍ଵିମ୍ବଲଡନର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି ରୋହିତ ଶର୍ମାଙ୍କୁ ସ୍ୱାଗତ କରିଛି ।

ଭାରତ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟି୨୦ ବିଶ୍ୱକପ ଟ୍ରଫି ଜିତି ଦୀର୍ଘ ୧୭ ବର୍ଷ ପରେ ଟାଇଟଲ ହାସଲ କରିଛି । ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ବିଶ୍ୱବିଜେତା ହୋଇଛନ୍ତି । ରୋହିତ ଶର୍ମା ଟି୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଟି୨୦ ଇଣ୍ଟରନ୍ୟାସନାଲରୁ ସନ୍ନ୍ୟାସ ନେଇଛନ୍ତି । ରୋହିତଙ୍କ ବ୍ୟତୀତ ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଟି୨୦ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ।

You might also like